ଆଜି ନୂଆଁଖାଇ,ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ

Advertisment

ଆଜି ଗଣପର୍ବ ନୂଆଁଖାଇ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଆଜି ଲାଗି ହେବ ନବାନ୍ନ। ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ଶୁଭେଛା ଜଣାଇବେ ପିଲାଠୁ ବୁଢା।

ଆଜି ଗଣପର୍ବ ନୂଆଁଖାଇ, ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଆଜି ଲାଗି ହେବ ନବାନ୍ନ। ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ଶୁଭେଛା ଜଣାଇବେ ପିଲାଠୁ ବୁଢା।

mohan majhi 1

କନକବ୍ୟୁରୋ: ଆଜିଠୁ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମା’ ସମଲେଇଙ୍କୁ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଅନେକ କାର୍ୟ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସକାଳ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରୁ ବାହାରି ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ଗୋଟାଏ ୧୦ରେ ସମଲେଇ ମନ୍ଦିରରେ ପହଞ୍ଚି ମାଆ ସମଲେଇଙ୍କୁ ଦର୍ଶନ କରିବେ। 

ସଂଧ୍ୟାରେ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସମ୍ବଲପୁରରେ ସମଲେଶ୍ବରୀ ଯୁବକ ସଂଘ, ଓଡ଼ିଶା ସାଂସ୍କୃତିକ ସମାଜ, ଚିତ୍ରତ୍ପୋଳା ଯୁବକ ସଂଘ, ମାରୱାଡ଼ି ଯୁବକ ସଂଘ ପକ୍ଷରୁ ଏନେଇ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏସବୁ  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହେବେ। ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଛି। 

--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe