କନକବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୁରୀ ଗସ୍ତ । ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ପୂର୍ବ କାର୍ଯ୍ୟସୂଚୀ ଅନୁସାରେ, ସକାଳ ୯ଟା ୪୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ବାହାରିବେ । ୧୧ଟା ବେଳେ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ପହଞ୍ଚିବେ।
ସେଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମ୍ୟୁଜିୟମ ପରିସରରେ ବୃକ୍ଷରୋପଣ କରିବେ । ୧୧ଟା ୧୫ରେ ସେଠାରୁ ଫେରି ବିଦ୍ୟାଧରପୁର ଗାଁ ଯିବେ ଏବଂ ସ୍ବଚ୍ଛ ଭାରତ ମିସନ ଗ୍ରାମୀଣ ହିତାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସେଠାରୁ ଦିନ ୧୨ଟା ବେଳେ ସାକ୍ଷୀଗୋପଳ ୟୁଜିସି ମହାବିଦ୍ୟାଳୟ ଖେଳ ପଡ଼ିଆରେ ସ୍ବଚ୍ଛ ଭାରତ ମିସନ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ଣ ୨ଟାରେ ଭୁବନେଶ୍ବର ଫେରିଆସିବାର ରହିଛି କାର୍ଯ୍ୟକ୍ରମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/RsEdaVWgR15mwZzVd1lk.jpg)