କନକ ବ୍ୟୁରୋ: ରାଜଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦେଢଘଣ୍ଟା ବୈଠକ ସରିବା ପରେ ରାଜଭବନ ଗଲେ ମୁଖ୍ୟମନ୍ତ୍ରୀ । ସବୁ ବିଧାୟକଙ୍କୁ ମଧ୍ୟ ରାଜଭବନ ଯିବାକୁ ନିମନ୍ତ୍ରଣ ଆସିଲା । ଜଣଙ୍କ ପରେ ଜଣେ ବିଧାୟକ ରାଜଭବନରେ ପହଞ୍ଚୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଲେ ରାଜଭବନ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଏହା ପୂର୍ବରୁ ହୋଇସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକରେ ଯୋଗଦେଇଥିଲେ । ଏହା ସହ ମନ୍ତ୍ରୀ ସମ୍ପଦ ସ୍ବାଇଁ, ସୂର୍ଯ୍ୟବଂଶୀ ସୂରଜ ଓ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସାମିଲ ଥିଲେ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କାହା ଉପରେ ଆଲୋଚନା ହେବ ସନେଇ କୌଣସି ସୂଚନା ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/30/cm-2025-08-30-14-01-40.jpg)