କନକ ବ୍ୟୁରୋ: ଆଜି ଅପରାହ୍ନରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଏହାପରେ ହୋଇଥିବା ବନ୍ୟା ସ୍ଥିତିର ସମୀକ୍ଷା କରିବେ । ସାଙ୍ଗରେ ରହିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ବର୍ଷା ବିତ୍ପାତରେ ରାଜ୍ୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମାଲକାନଗିରି ଜିଲ୍ଲା । ବିଭିନ୍ନ ସ୍ଥାନରେ ପୋଲ ଭାଙ୍ଗିଛି, ରାସ୍ତାଘାଟ ଧୋଇଯାଇଛି । ଶହଶହ ଲୋକଙ୍କ ଘର ଭାଙ୍ଗିଯାଇଛି । ଆଜି ଦିନ ୩ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚି କେତେ କ୍ଷୟକ୍ଷତି ହୋଇଛି, ସେନେଇ ସମୀକ୍ଷା କରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/U6b8rl8Kp6FZMWDg2Ere.jpg)