କନକ ବ୍ୟୁରୋ : ଆଜି କଟକରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦଶହରା ବୁଲିବାକୁ ରୌପ୍ୟ ନଗରୀ ଯିବେ ମୋହନ ମାଝୀ । ବିଭିନ୍ନ ମଣ୍ଡପ କରିବେ ଗସ୍ତ । ଗତକାଲି କେନ୍ଦୁଝରର ଦୁର୍ଗାପୂଜାରେ ହୋଇଥିଲେ ସାମିଲ । ଦୁର୍ଗାତ୍ସୋବ ଅବସରରେ ଦିନିକିଆ କେନ୍ଦୁଝର ଗସ୍ତର ଶେଷରେ ଗୁଜୁରାଟୀ ସମାଜର ଦାଣ୍ଡିଆ ଓ ଗରୱା ନାଚର ମଜା ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଗୁଜୁରାଟୀ ସମାଜର ନବରାତ୍ର ପୂଜା ଅବସରରେ ଅନୁଷ୍ଠିତ ଦାଣ୍ଡିଆ ନାଚ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ତାଙ୍କ ପ୍ରତି ଗୁଜୁରାଟୀ ସମାଜ ଲୋକଙ୍କର ଥିବା ସମର୍ଥନକୁ ମନେପକାଇଥିଲେ ।
କେନ୍ଦୁଝର ବୁଲାଦ୍ୱାର ସାହିଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢ଼ଙ୍ଗରେ ସ୍ୱାଗତ କରିଥିଲେ ଗୁଜୁରାଟୀ ସମାଜର ଲୋକେ । ଏହାପରେ, ଛୋଟ ପିଲା, ଯୁବତୀ ଓ ମହିଳାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ଦାଣ୍ଡିଆ ନୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ ଓ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ । ମୁଖ୍ୟମନ୍ତ୍ରୀ ହେବା ପରେ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେବାକୁ ନେଇ ଲୋକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସମସ୍ତଙ୍କ ସହ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/01/chief-minister-mohan-majhi-2025-10-01-12-08-30.jpg)