କନକବ୍ୟୁରୋ : ସମ୍ବାଦର ସ୍ୱତନ୍ତ୍ର ଅଭିଯାନ ପୁନଶ୍ଚ ପୃଥିବୀର ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । କେନ୍ଦୁଝରରେ ଆୟୋଜିତ କ୍ଲାଇମେଟ୍ ପଞ୍ଚାୟତ କାର୍ଯ୍ୟକ୍ରମରେ ସମ୍ବାଦ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରିଛନ୍ତି । ବଦଳୁଥିବା ପାଣିପାଗ, ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷ ସମାଜ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । 

Advertisment

ପରିବେଶ ବଞ୍ଚାଇବା ପାଇଁ ସମ୍ୱାଦ ଗ୍ରୁପ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ପୁନଶ୍ଚ ପୃଥିବୀ । ଆଉ ଏହା ଅଧିନରେ ବିଭିନ୍ନ ସ୍ଥାନରେ ବସୁଛି ପରିବେଶ ପଞ୍ଚାୟତ । ଯେଉଁ ସବୁ ସ୍ଥାନରେ ପରିବେଶକୁ ନେଇ ସମସ୍ୟା ରହିଛି, ତାର ସମାଧାନ ପାଇଁ ସେ ଅଞ୍ଚଳର ବୁଦ୍ଧିଜୀବୀଙ୍କୁ ନେଇ ଆୟୋଜିତ ହେଉଛି ପରିବେଶ ପଞ୍ଚାୟତ । ଏହି ପରିପ୍ରେକ୍ଷୀରେ ଆଜି କେନ୍ଦୁଝରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।