କନକ ବ୍ୟୁରୋ: ଗ୍ଲୋବାଲ ଇନଭେଷ୍ଟରଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ଓଡିଶାର ଶିଳ୍ପ ଅଭିବୃଦ୍ଧି ଏବଂ ଅର୍ଥନୈତିକ ବିକାଶକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀଙ୍କସହ ଏକ ଟିମ ସିଙ୍ଗାପୁର ଯାଉଛନ୍ତି । ଆଗାମୀ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରର ଶିଳ୍ପପତି, ନିବେଶକ, ନୀତି ନିର୍ଦ୍ଧାରକଙ୍କସହ ଆଲୋଚନା କରିବେ ମୋହନ । ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀ ପୂର୍ବରୁ ଓଡିଶାରେ ପୁଞ୍ଜି ବିନିଯୋଗର କିଭଳି ଅପୂର୍ବ ସୁଯୋଗ ରହିଛି ସେନେଇ ବିଶ୍ୱମଞ୍ଚରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । 

Advertisment

ମୋହନ ସରକାରଙ୍କ ଫୋକସରେ କେିମକାଲ, ପେଟ୍ରୋକେମିକାଲ ଏବଂ ସ୍କିଲ କ୍ଷେତ୍ର । ମିଳିଥିବା ସୂଚନା ଅନୁସାରେ ମୁଖ୍ରମନ୍ତ୍ରୀ ମୋହନ ମାଝୀ ତାଙ୍କ ସିଙ୍ଗାପୁର ଗସ୍ତ ଅବସରରେ 

ଜୁରୋଙ୍ଗ ପେଟ୍ରୋକେମିକାଲ ଅଞ୍ଚଳ 
ତୁଆସ ବନ୍ଦର
ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଥିବା ଆଇଟିଇଇଏସ
ପରିଦର୍ଶନ କରିବେ 

ପ୍ରସିଦ୍ଧ ଶିଳ୍ପ କ୍ଷେତ୍ର, ଭିତ୍ତିଭୂମି ସୁବିଧାର ଅନୁଧ୍ୟାନ କରିବେ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶାରେ ପୁଞ୍ଜିନିବେଶର ଅବସର ନେଇ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ । 

ସିଙ୍ଗାପୁରରୁ ଓଡିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ସରକାର ରୋଡ ସୋ’ ଏବଂ ଶିଳ୍ପପତିଙ୍କସହ ଆଲୋଚନା କାର୍ୟ୍ୟକ୍ରମ ସ୍ଥିର କରାଯାଇଛି ।ଆଲୋଚନା ସମୟରେ ବିଶ୍ୱବାଣିଜ୍ୟକୁ ଗତି ଦେବାରେ ଓଡିଶାର ଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର କିଭଳି ଆମଦାନୀ ଓ ରପ୍ତାନରେ ସହାୟକ ହୋଇପାରିବ ସେନେଇ ଅବଗତ କରାଯିବ । ଏଥିରେ ପ୍ରମୁଖ ଭୂମିକା ନେବେ ସିଙ୍ଗାପୁରରେ ଥିବା ପ୍ରବାସୀ ଓଡିଆ ।