ତାମିଲନାଡୁ ସରକାରଙ୍କ ନୂଆ ଆଭିମୁଖ୍ୟ, ରାଜ୍ୟକୁ ସ୍ବାୟତ୍ତ କରିବାକୁ ବିଧାନସଭାରେ ପ୍ରସ୍ତାବ

Advertisment

ନିର୍ବାଚନ ପୂର୍ବରୁ ବଳ ବଢ଼ାଇବାକୁ ଷ୍ଟାଲିନଙ୍କ ମାଷ୍ଟରପ୍ଲାନ

ନିର୍ବାଚନ ପୂର୍ବରୁ ବଳ ବଢ଼ାଇବାକୁ ଷ୍ଟାଲିନଙ୍କ ମାଷ୍ଟରପ୍ଲାନ

ତାମିଲନାଡୁ ସରକାରଙ୍କ ମାଷ୍ଟରପ୍ଲାନ

ତାମିଲନାଡୁ ସରକାରଙ୍କ ମାଷ୍ଟରପ୍ଲାନ Photograph: (KanakNews )

କନକ ବ୍ୟୁରୋ:  ତାମିଲନାଡୁକୁ ସ୍ବାୟତ୍ତ କରିବା ଦିଗରେ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।ଏଥିରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି କୁରିଆନ ଜୋଶେଫ ସଭାପତି ରହିବା ସହ ପୂର୍ବତନ ଆଇଏଏସ ଅଧିକାରୀ ଅଶୋକ ବର୍ଦ୍ଦନ ସେଟୀ ଓ ଏମୟୁ ନାଗରାଜଙ୍କୁ ଅଛନ୍ତି । ୨୦୨୬ ଜାନୁଆରୀ ମଧ୍ୟରେ କମିଟି ଅନ୍ତରୀଣ ରିପୋର୍ଟ ଦେବ  ।

ଷ୍ଟାଲିନଙ୍କ ମତରେ 
-ଦେଶର ରାଜନୀତି ଓ ପ୍ରଶାସନ ପ୍ରଣାଳୀକୁ ଦେଶବାସୀଙ୍କ ହିତକୁ ଦେଖି ଗଠନ କରାଯାଇଛି
-ରାଜ୍ୟର ଅଧିକାରକୁ ଛଡ଼ାଇ ନିଆଯାଉଛି 
-ରାଜ୍ୟର ଲୋକେ ନିଜର ମୌଳିକ ଅଧିକାର ପାଇଁ କେନ୍ଦ୍ର ସହ ଲଢ଼େଇ କରୁଛନ୍ତି 
-କୌଣସି ପ୍ରକାରେ ନିଜ ଭାଷାର ଅଧିକାରକୁ ରକ୍ଷା କରିବା ଦରକାର 
- ଯଦି ରାଜ୍ୟ ପାଖରେ ସବୁ କ୍ଷମତା ରହିବ, ରାଜ୍ୟର ସଂପୂର୍ଣ୍ଣ ବିକାଶ ହୋଇ ପାରିବ
-ଯୁଗ୍ମ ତାଲିକାରୁ କିଛି ବିଷୟକୁ ରାଜ୍ୟ ତାଲିକାକୁ ଫେରାଇବା ପାଇଁ ମଧ୍ୟ ପ୍ରସ୍ତାବ

 ନିକଟରେ ବିଲ୍‌କୁ ନେଇ ରାଜ୍ୟପାଳଙ୍କ ସହ ଚାଲିଥିବା ଶୀତଳ ଯୁଦ୍ଧରେ କୋର୍ଟରେ ଷ୍ଟାଲିନଙ୍କ ଏକପ୍ରକାର ବିଜୟ ହୋଇଛି ।ତେବେ କିଛି ଦିନ ହେବ କେନ୍ଦ୍ର ସରକାରଙ୍କ ଟ୍ରିପଲ ଲାଙ୍ଗୁଏଜ ପଲିସିକୁ ନେଇ ଚାଲିଥିବା ବିବାଦ ଭିତରେ ଏହି ପ୍ରକାର ଆଭିମୁଖ୍ୟ ଆପଣାଇ ଷ୍ଟାଲିନ ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ବଳ ବଢ଼ାଉଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe