କନକବ୍ୟୁରୋ : କୃଷକ ମେର୍ଚ୍ଚାକୁ ଭେଟିଲେ ମୁଖ୍ୟମନ୍ତ୍ରୀ। ରାତି ଅଧିଆ ହେଲା ଆଲୋଚନା । ବିଳମ୍ବିତ ରାତିରେ ବୈଠକ ପରେ ପ୍ରତିବାଦ ଡାକରାରୁ ଓହରିଛନ୍ତି ନବନିର୍ମାଣ କୃଷକ ସଂଗଠନ । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପାଇଁ ଆନ୍ଦୋଳନ ପ୍ରତିବାଦ ଡାକରା ଦେଇଥିଲା ନବନିର୍ମାଣ କୃଷକ ସଂଗଠନ । ଚାଷୀ ଓ ଚାଷ କେନ୍ଦ୍ରିତ ବିକାଶକୁ ଆଖି ଆଗରେ ରଖି ଉତ୍କର୍ଷ ସମ୍ମିଳନୀ କରାଯାଉ ଓ ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଦାବି ରଖିଛି ସଂଗଠନ । ଏହାସହ ଅଷ୍ଟମ ବେତନ କମିଶନର ଲାଗୁ କରିବା ପୂର୍ବରୁ ସ୍ୱାମୀନାଥନ କମିଟିର ସିଟୁ ସହିତ ୫୦% ଏମଏସପି ଫର୍ମୁଲା ଲାଗୁ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛି ସଂଗଠନ ।
ସେପଟେ ରାତି ଅଧିଆ ହେଲା ଆଲୋଚନା, ବିଳମ୍ବିତ ରାତି ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଂଗଠନ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମୁଖ୍ୟ ଶାସନ ସଚିବ । ସରକାରଙ୍କ ସହ ଆଲୋଚନା କରିବା ପରେ ମଙ୍ଗଳବାର ପ୍ରତିବାଦ ଡାକରା ରୁ ଓହରିଲେ ନବନିର୍ମାଣ କୃଷକ ସଂଗଠନ। ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପାଇଁ ଆନ୍ଦୋଳନ ପ୍ରତିବାଦ ଡାକରା ଦେଇଥିଲା ନବନିର୍ମାଣ କୃଷକ ସଂଗଠନ ।
ଚାଷୀ ଓ ଚାଷ କେନ୍ଦ୍ରିତ ବିକାଶ କୁ ଆଖିଆଗରେ ରଖି ଉତ୍କର୍ଷ ସମ୍ମିଳନୀ କରାଯାଉ ଓ ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ଏହାସହ ଖଣି କେନ୍ଦ୍ରିତ ସମ୍ମିଳନୀ ନ ହେଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଦାବି ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନ । ଏହାସହ ଅଷ୍ଟମ ବେତନ କମିଶନର ଲାଗୁ କରିବା ପୂର୍ବରୁ ସ୍ୱାମୀନାଥନ କମିଟିର ସି ଟୁ ସହିତ ପଚାଶ ପ୍ରତିଶତ ଏମଏସପି ଫର୍ମୁଲା ଲାଗୁ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛି ନବନିର୍ମାଣ କୃଷକ ସଂଗଠନ। ଦାବି ମୁତାବକ ଏହି ସମ୍ମିଳନୀ ସେହି ଦିଗରେ ନ ଗଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।