କନକ ବ୍ୟୁରୋ: ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବି ବ୍ୟାପକ ପ୍ରସ୍ତତି କରିଛନ୍ତି । ୬ ଆଇଏସଙ୍କୁ ୬ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଖଣି ନିର୍ଦ୍ଦେଶକ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ଆଇଏଏସ ତ୍ରିଲୋଚନ ମାଝିଙ୍କୁ ଭଦ୍ରକ, ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲଓ୍ୱନ୍ତ ସିଂଙ୍କୁ ପୁରୀ ଦାୟିତ୍ୱ ଦିଆଯାଇଛି । ଆଇଏଏସ ବିନୀତ ଭରଦ୍ୱାଜ ମୟୁରଭଂଜ ଜିଲ୍ଲା ଦେଖିବେ । ଆଇଏଏସ ଯାମିନୀ ଷଡଙ୍ଗୀଙ୍କୁ ଜଗତସିଂହପୁର ଓ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ମିଳିଛ । ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ। ବୈଠକରେ ବାତ୍ୟା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଲୋକଙ୍କୁ ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ସମୟରେ ଟେଲିଫୋନ୍ ସେବା, ବିଦ୍ୟୁତ୍ ଶକ୍ତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ଆଲୋଚନା ହୋଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସବୁ ବିଭାଗ ପ୍ରସ୍ତୁତ ହୋଇ ରହିଛନ୍ତି । ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତତ ହୋଇ ରହିଛି । ୧୪ ଜିଲ୍ଲାରେ ୨୩ରୁ ୨୫ ତାରିଖ ଯାଏଁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।
ବାତ୍ୟା ପାଇଁ ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୬ ଆଇଏଏସଙ୍କୁ ଜିଲ୍ଳା ଦାୟିତ୍ୱ
ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ବି ବ୍ୟାପକ ପ୍ରସ୍ତତି କରିଛନ୍ତି । ୬ ଆଇଏସଙ୍କୁ ୬ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଖଣି ନିର୍ଦ୍ଦେଶକ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ଆଇଏଏସ ତ୍ରିଲୋଚନ ମାଝିଙ୍କୁ ଭଦ୍ରକ, ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲଓ୍ୱନ୍ତ ସିଂଙ୍କୁ ପୁରୀ ଦାୟିତ୍ୱ ଦିଆଯାଇଛି ।