କନକବ୍ୟୁରୋ : ତାରିଣୀ ମନ୍ଦିର ପାଇଁ ୩୦୦ କୋଟି ଟଙ୍କା ପ୍ରକଳ୍ପ ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ନୂଆ ଡିଜାଇନରେ ହେବ ପ୍ରକଳ୍ପ ।  ପାର୍କିଙ୍ଗ  ଠାରୁ ଆରମ୍ଭ କରି ପରିକ୍ରମା ସହ ଭକ୍ତ ଙ୍କ ରହିବା ପାଇଁ ସୁବିଧା ବ୍ୟବସ୍ଥା କରାଯିବ ।  ସେହିପରି ବିରଜା ପ୍ରକଳ୍ପ ର ମଧ୍ୟ ସମୀକ୍ଷା ହୋଇଛି ।  ବିରଜା କ୍ଷେତ୍ରରେ ଯେଉଁ କାମ ଚାଲିଛି ସେଥିରେ ଆଉ କଣ ଯୋଡ଼ା ଯିବ ସେ ନେଇ ଆଲୋଚନା ହୋଇଛି ।  ବ୍ରହ୍ମକୁଣ୍ଡ ଠାରୁ ଆରମ୍ଭ କରି ପରିକ୍ରମା ପ୍ରକଳ୍ପ କାମ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଏହି କାମକୁ ଯଥାଶିଘ୍ର ସାରିବାକୁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।