ଜାତୀୟ ସଡ଼କ ସୁରକ୍ଷା ମାସର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ; ମାଷ୍ଟର କାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଏହି ରାଜ୍ୟ ସଡକ ସୁରକ୍ଷା ମାସର ଶୁଭ ଉଦ୍‌ଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଏକ ପଦଯାତ୍ରା ମାଷ୍ଟରକ୍ୟଣ୍ଟିନ ଛକଠାରୁ ବାହାରି ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଛି ।

21ghngj

21ghngj Photograph: (KanakNews )

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଏହି ରାଜ୍ୟ ସଡକ ସୁରକ୍ଷା ମାସର ଶୁଭ ଉଦ୍‌ଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଏକ ପଦଯାତ୍ରା ମାଷ୍ଟରକ୍ୟଣ୍ଟିନ ଛକଠାରୁ ବାହାରି ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଛି । ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପଦ ଯାତ୍ରାରେ ପରିବହନ ବିଭାଗ, ଏନ୍‌ସିସି କ୍ୟାଡେଟ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଡ୍ରାଇଭର ଓ କଳାକାର ସାମିଲ ହୋଇଛନ୍ତି । କଳାକାର ମାନେ ଚନ୍ଦ୍ରଗୁପ୍ତ ଏବଂ ଯମରାଜ୍ ଭୂମିକାରେ ଅଭିନୟ କରି ଲୋକଙ୍କୁ ସଚେତନ କରାଉଛନ୍ତି । ମନ୍ତ୍ରୀ ବିଭୂତି ଭୂଷଣ ଜେନା, କୃଷ୍ଣ ମହାପାତ୍ର, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ଡିଜିପି ଯୋଗେଶ ବାହାଦୂର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe