କନକ ବ୍ୟୁରୋ: ଏପଟେ ଭୁବନେଶ୍ବରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଛନ୍ତି । ରାଜ୍ୟରେ ସଂଗଠିତ ଅପରାଧକୁ ଦମନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ବ୍ୟକ୍ତି ଯେତେ ବି ପ୍ରଭାବଶାଳୀ କିମ୍ବା ଶକ୍ତିଶାଳୀ ହୁଅନ୍ତୁ, ଗିରଫ କରାଯିବ, କଠୋର ଦଣ୍ଡ ଦିଆଯିବ । 

Advertisment

ମହିଳାଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମହିଳାଙ୍କ ସୁରକ୍ଷା ପାଇଁ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯାଉଛି। ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କ ସ୍ଥାନ ଜେଲରେ ନୁହେଁ ସମାଜରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ଓଡ଼ିଶା ଆଗାମୀ ଦିନରେ ଫାର୍ମା ହବ୍ ବୋଲି ଗାନ୍ଧୀମାର୍ଗରୁ ଘୋଷଣା କରିଛନ୍ତି ।