କନକବ୍ୟୁରୋ :୭୬ତମ କଟକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । କଟକ ବିଡ଼ାନାସୀ ପଡ଼ିଆରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସେ ରାଜ୍ୟବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ମହାନ ସଂଗ୍ରାମୀ ଏବଂ ଯବାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହି ପବିତ୍ର ଦିନରେ ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି । ଏଥିସହ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ବୋଲି ଆଇନ ଶୃଙ୍ଖଳା ଏଡିଜି ସୂଚନା ଦେଇଛନ୍ତି ।
ତେବେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼ର ନେତୃତ୍ୱ ନେଇଛନ୍ତି ଯୁବ ଆଇପିଏସ୍ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥର ପରେଡ଼୍ରେ ସିଆରପିଏଫ୍, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେଇଛନ୍ତି ।
ଚଳିତବର୍ଷ ପରେଡରେ ୫୦ରୁ ଅଧିକ ଟ୍ରୁପ୍ ସାମିଲ ହୋଇଛନ୍ତି । ପରେଡ୍ ଅଞ୍ଚଳରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସିସିଟିଭି ଲଗାଯାଇଛି । ଏଥିସହ ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କର ଅଭିବାଦନରେ କହିଛନ୍ତି ଆଜି ଆମେ ଗୌରବମୟ ଦିବସ ପାଳନ କରୁଛେ , ଏହି ଅବସରରେ ସେ କହିଛନ୍ତି ଆମେ ସେହି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ
ଯେଉଁମାନେ ଆମର ସମ୍ବିଧାନ ପ୍ରସ୍ତୁତ କରି, ଆମର ବିକାଶ ଯାତ୍ରା ଗଣତନ୍ତ୍ର, ମର୍ଯ୍ୟାଦା ଏବଂ ଏକତା ଉପରେ ଆଧାରିତ ହେବା ସୁନିଶ୍ଚିତ କରିଥିଲେ । ମୁଁ ଆଶା କରୁଛି ଯେ ଏହି ଜାତୀୟ ପର୍ବ ଆମର ସମ୍ବିଧାନର ମୂଲ୍ୟବୋଧକୁ ସଂରକ୍ଷଣ କରିବ ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତ ଗଠନ ପାଇଁ ଆମର ପ୍ରୟାସକୁ ଆହୁରି ମଜବୁତ କରିବ ।
ରାଷ୍ଟ୍ରପତି ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପୂର୍ବ ରାତିରୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଦେଶର ସୀମାକୁ ସୁରକ୍ଷା ଦେଉଥିବା ସେ ବୀର ଯବାନ ମାନଙ୍କୁ ମୁଁ ସଲାମ କରୁଛି ବଡର ଉପରେ ସେମାନେ ଆମକୁ ସୁରକ୍ଷା ଯୋଗାଉଛନ୍ତି , ସେହି ସୁରକ୍ଷା ଆମ ପାଇଁ ମହାନ ଅଟେ