ଆଉ ରହିବନି ଗରିବଙ୍କ ଚିନ୍ତା ; ଘର ଭେଟି ଦେଲେ ସରକାର

ଖରା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା  । ଗରିବଙ୍କ ପୂରଣ ହେବ ପକ୍କା ଘର ଆଶା । ମିଳିଲା ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ । କଳାହାଣ୍ଡି ଭବାନୀପାଟଣାରୁ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।  ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ ୨ହଜାର ୬ଶହ ୩କୋଟି । କପି ପେଷ୍ଟ ଯୋଜନା କହି କଟାକ୍ଷ କଲା ବିଜେଡି ।

Antyoday House+++

Antyoday House+++ Photograph: (KanakNews)

କନକ ବ୍ୟୁରୋ: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭବାନୀପାଟଣାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏଥିସହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଳାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି।

ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳାହାଣ୍ଡି ଭବାନୀପାଟଣାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି।  ଭବାନୀପାଟଣା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଦୀର୍ଘ ଦିନ ହେବ ଘର ଖଣ୍ଡେ କରିବା ପାଇଁ ସ୍ବପ୍ନ ଦେଖୁଥିବା ଗରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe