କନକ ବ୍ୟୁରୋ: ଅନ୍ତ୍ୟୋଦୟ ଗୃହ ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭବାନୀପାଟଣାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏଥିସହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଳାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି।
ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳାହାଣ୍ଡି ଭବାନୀପାଟଣାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି।