ଓଡ଼ିଶା ପୁଞ୍ଜିନିବେଶ ନେଇ ଦିଲ୍ଲୀରେ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ସୃଷ୍ଟି ହେବ ୪୮ ହଜାରରୁ ଅଧିକ ନିଯୁକ୍ତି

ଓଡ଼ିଶା ପାଇଁ ୩୦ ହଜାର, ୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ସୃଷ୍ଟି ହେବ ୪୮ ହଜାର ୩୯୦ ନିଯୁକ୍ତି, ଏନେଇ ଦିଲ୍ଲୀରେ  ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

30hajar

Photograph: (kanaknews)

କନକବ୍ୟୁରୋ : ଓଡ଼ିଶା ପାଇଁ ୩୦ ହଜାର, ୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ସୃଷ୍ଟି ହେବ ୪୮ ହଜାର ୩୯୦ ନିଯୁକ୍ତି, ଏନେଇ ଦିଲ୍ଲୀରେ  ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଚସିଏଲ ଟେକ୍ କମ୍ପାନୀକୁ ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର। ଓଡ଼ିଶାରେ ଏଚସିଏଲ ବିଶ୍ବବିଦ୍ୟାଳୟ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

୧୧ ଟି କମ୍ପାନୀ ସହ ୨୭ ହଜାର ୫୯୫ କୋଟି ଟଙ୍କାର ନିବେଶ ପାଇଁ ଏମଓୟୁ ହୋଇଥିବା ବେଳେ ଅନ୍ୟ ୧୪ କମ୍ପାନୀ ସହ ୩ ହଜାର କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି ।  ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଓଡିଶାକୁ ଆକୃଷ୍ଟ କରିବାକୁ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି   ।   ଆଜି ପ୍ରଥମ ଦିନରେ  ଦିଲ୍ଲୀ ନୋଏଡାର ଏଚସିଏଲ ଟେକ୍ କ୍ୟାମ୍ପସକୁ ଯାଇଥିଲେ ।   ଏଠାରେ ଏଚସିଏଲ ଟେକ୍ନୋଲୋଜିର ମୁଖ୍ୟ  ରୋଶନୀ  ନଦର ମାଲହୋତ୍ରାଙ୍କୁ  ଭେଟି  ଆଲୋଚନା କରିଥିଲେ  ।   ଏହା ପରେ ନୂଆଦିଲ୍ଲୀର ଏକ ହୋଟେଲରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିଥିଲେ ।   ଏହାସହ ଓଡିଶା  ଇଣ୍ଡିଆନ ଅଏଲ କର୍ପୋରେସନ ସହ ଚୁକ୍ତି ସ୍ବାକ୍ଷରିତ ହେବ  । 

୩୦, ୫୯୫ କୋଟିର ନିବେଶ ଆଶା

ପ୍ରଥମ ଦିନରେ ୧୪ ପ୍ରମୁଖ ଶିଳ୍ପ ପ୍ରତିନିଧିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ
ବିଭିନ୍ନ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍‌ ଟୁ ୱାନ୍ ବୈଠକ
୩୦ ହଜାର ୫୯୫ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ
ମୋଟ୍ ୪୮ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା
ପ୍ରଥମ ଦିନରେ ରାଜ୍ୟ ସରକାର ୧୧ଟି ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି
୨୭ ହଜାର ୫୯୫ କୋଟିର ନିବେଶ ପାଇଁ ଏମ୍‌ଓୟୁ
ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନିଯୁକ୍ତି ସୁଯୋଗ ପାଇବେ ୨୭୦୦

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe