କନକ ବ୍ୟୁରୋ : ଆଳୁ ସଙ୍କଟକୁ ପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓୟୁଏଟି ପ୍ରତିଷ୍ଠା ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଳୁର ରାଜ୍ୟକୁ ସ୍ବାବଲମ୍ବୀ ହେବା ପାଇଁ ଆହ୍ବାନ ଦେଇ ନବୀନ ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି ଓଡିଶାରେ ଆଳୁର କୃତ୍ରିମ ଅଭାବ ସୃଷ୍ଟି କରାଗଲା । ଆଳୁ ପାଇଁ ପଶ୍ଚିମବଙ୍ଗ ସରକାର ଉପରେ ଓଡିଶା ନିର୍ଭରଶୀଳ ହେବାକୁ ପଡୁଛି । କାରଣ ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିବା ପରେ କୌଣସି ଉଦ୍ୟମ ହୋଇନାହିଁ । ତେଣୁ ସେ ଓୟୁଏଟିର କୃଷି ବୈଜ୍ଞାନିକଙ୍କୁ ଉନ୍ନତମାନର ଆଳୁ ବିହନ ଉତ୍ପାଦନ ପାଇଁ ଅପିଲ କରିଛନ୍ତି । ସେପଟେ ଓଡ଼ିଶାରେ ଆଳୁ ସଙ୍କଟ ପ୍ରସଙ୍ଗକୁ ନେଇ ମୋହନ ସରକାରକୁ ସମାଲୋଚନା କରିଛନ୍ତି ବିରୋଧୀ ।