କନକ ବ୍ୟୁରୋ: ସମ୍ୱାଦ କନକ ନ୍ୟୁଜର ବାର୍ଷିକ ଉତ୍ସବ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ, ସମ୍ୱାଦ ଖବର କାଗଜ ଏକ ମାଇଲ ଖୁଣ୍ଟ । ସ୍ରୋତ ବିରୋଧରେ ପହଁରି ମିଳିଥିବା ସଫଳତା ପ୍ରକୃତ ସଫଳତା । ଦିନକୁ ଦିନ ସମ୍ୱାଦର ଆଦର କମୁନି ବରଂ ବଢ଼ିଚାଲିଛି । କନକ ନ୍ୟୁଜ ବି ଲୋକପ୍ରିୟ ହୋଇ ପାରିଛି । ଏହି ଆଦର ପଛର ରହସ୍ୟ ହେଉଛି କଣ୍ଟେଣ୍ଟ ଇଜ୍ କିଙ୍ଗ ।
ମୁଖ୍ୟମନ୍ତ୍ରୀ କହିଥିଲେ, ପେପର କଟିଂ ରଖିବା ମୋ ଅଭ୍ୟାସ । ସମ୍ୱାଦ ଖବର କାଗଜ ହେଉଛି ସମାଜର ଦର୍ପଣ । ସବୁବେଳେ ପେପର କାଟିକି ରଖେ । ସମୟ ଆସିଲେ ତାକୁ ବ୍ୟବହାର କରେ । ସେହିପରି ସାମ୍ୱାଦିକତାକୁ ନେଇ ପୂର୍ବ ସରକାରଙ୍କ କଥା କହିଲେ ମୁଖ୍ୟମନ୍ତ୍ରୀ । ଗତ ସରକାରରେ ଯାହା ସ୍ଥିତି ଥିଲା ସୌମ୍ୟ ବାବୁ ଜାଣିଥିବେ । ଗଣ ମାଧ୍ୟମକୁ 5 ବର୍ଷ କଷ୍ଟ ଦିଆଯାଇଥିଲା । ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା ।
ସମ୍ୱାଦ ହେଉଛି ସମାଜର ଦର୍ପଣ । ଲୋକଙ୍କ ସମସ୍ୟା ସାମ୍ନାକୁ ଆଣିବା ଗଣମାଧ୍ୟମର ଦାୟିତ୍ୱ । ସରକାରଙ୍କୁ ଆଇନା ଦେଖାଇବା ଗଣମାଧ୍ୟମର ଦାୟିତ୍ୱ । ସୌମ୍ୟ ବାବୁ ତାଙ୍କ ଦାୟିତ୍ୱ ଠିକ ଭାବେ ତୁଲାଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।