ମୁଖ୍ୟମନ୍ତ୍ରୀଙ୍କ ଦରମା ହେଲା ଦୁଇଗୁଣ; ବିଧାୟକଙ୍କର ମଧ୍ୟ ଦରମା ୮୦ ହଜାରକୁ ବୃଦ୍ଧି, ଜାଣନ୍ତୁ କେଉଁଠି?

Advertisment

ମୁଖ୍ୟମନ୍ତ୍ରୀଙ୍କ ଦରମା ହେଲା ଦୁଇଗୁଣ । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକମାନଙ୍କର ମଧ୍ୟ ଦରମା ଦୁଇଗୁଣା ବୃଦ୍ଧି ପାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ଦୁଇଗୁଣା ହେବା ନେଇ ବିଧାନସଭାରେ ବିଲ୍ ପାସ୍ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦରମା ହେଲା ଦୁଇଗୁଣ । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକମାନଙ୍କର ମଧ୍ୟ ଦରମା ଦୁଇଗୁଣା ବୃଦ୍ଧି ପାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ଦୁଇଗୁଣା ହେବା ନେଇ ବିଧାନସଭାରେ ବିଲ୍ ପାସ୍ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦରମା ହେଲା ଦୁଇଗୁଣ

ମୁଖ୍ୟମନ୍ତ୍ରୀଙ୍କ ଦରମା ହେଲା ଦୁଇଗୁଣ Photograph: (KanakNews )

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଦରମା ହେଲା ଦୁଇଗୁଣ । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକମାନଙ୍କର ମଧ୍ୟ ଦରମା ଦୁଇଗୁଣା ବୃଦ୍ଧି ପାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ଦୁଇଗୁଣା ହେବା ନେଇ ବିଧାନସଭାରେ ବିଲ୍ ପାସ୍ ହୋଇଛି । ତେବେ ସିଦ୍ଧରମୈୟା ସରକାର କର୍ଣ୍ଣାଟକ ବିଧାନସଭାରେ ଦରମା, ପେନସନ ଏବଂ ଭତ୍ତା (ସଂଶୋଧନ) ଆଇନ, ୨୦୨୫ ବିଲ୍ ଆଣିଥିଲେ, ଯାହାକୁ ବିଧାନସଭାରେ ଗୃହୀତ କରାଯାଇଛି । ଏହାସହିତ ସରକାରୀ ଟେଣ୍ଡରରେ ମୁସଲିମ ଠିକାଦାରମାନଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦେବା ବିଲ୍ ମଧ୍ୟ ବିଧାନସଭାରେ ଗୃହୀତ ହୋଇଛି ।

ଏହି ବିଲ୍ ପାସ୍ ହେବା ପରେ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ଦରମା ପ୍ରତିମାସ ପିଛା ୭୫ ହଜାର ଟଙ୍କାରୁ ୧.୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ । ସେହିଭଳି ମନ୍ତ୍ରୀମାନଙ୍କ ଦରମା ୬୦ ହଜାର ଟଙ୍କାରୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ । ଏହାବାଦ୍ କର୍ଣ୍ଣାଟକର ବିଧାୟକମାନେ ମଧ୍ୟ ୪୦ ହଜାର ଟଙ୍କାରୁ ୮୦ ହଜାର ଟଙ୍କାକୁ ବୃଦ୍ଧି ପାଇବ । ବିଧାନସଭା ଏବଂ ବିଧାନ ପରିଷଦରେ ମଧ୍ୟ ବାଚସ୍ପତିଙ୍କ ଦରମା ବୃଦ୍ଧି କରାଯାଇଛି । ତାଙ୍କର ଦରମା ଏବେ ମାସିକ ୭୫ ହଜାର ଟଙ୍କାରୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।

ଦରମା ବ୍ୟତୀତ ଭତ୍ତା ବୃଦ୍ଧି ପାଇବ

ଏହି ବିଲରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକମାନଙ୍କ ସହିତ ବିଧାନ ପରିଷଦର ଉପାଧ୍ୟକ୍ଷ, ବିଧାନସଭାର ଉପ ବାଚସ୍ପତି, ବିଧାନସଭାର ବିରୋଧୀ ଦଳ ନେତା, ଶାସକ ଦଳ ଏବଂ ବିରୋଧୀ ଦଳର ମୁଖ୍ୟ ସଚେତକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପାଇଁ ବ୍ୟବସ୍ଥା ଅଛି । ଜନପ୍ରତିନିଧିଙ୍କ ଖାଦ୍ୟ, ଘର ଏବଂ ଯାତ୍ରା ସମେତ ସମସ୍ତ ଭତ୍ତାର ପରିମାଣ ବୃଦ୍ଧି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe