ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ; ମେ ୧୪ ତାରିଖରେ ଗ୍ରହଣ କରିପାରନ୍ତି କାର୍ଯ୍ୟଭାର

Advertisment

କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ନାମ ସୁପାରିଶ କଲେ ବର୍ତ୍ତମାନର ସିଜେଆଇ ସଂଜୀବ ଖାନ୍ନା । ୟୁପି ସରକାରଙ୍କ ବୁଲ୍‌ଡୋଜର ଆକ୍ସନ ଉପରେ ଲଗାଇଥିଲେ ରୋକ । 

Updated On

କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ନାମ ସୁପାରିଶ କଲେ ବର୍ତ୍ତମାନର ସିଜେଆଇ ସଂଜୀବ ଖାନ୍ନା । ୟୁପି ସରକାରଙ୍କ ବୁଲ୍‌ଡୋଜର ଆକ୍ସନ ଉପରେ ଲଗାଇଥିଲେ ରୋକ । 

ଅଦ୍ୟତନ ହୋଇଛି
SAFSFGSGSG

B.R GAVAI Photograph: (Kanak News )

କନକ ବ୍ୟୁରୋ: ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, ମେ ୧୪ ତାରିଖରେ ଗ୍ରହଣ କରିପାରନ୍ତି କାର୍ଯ୍ୟଭାର । ବର୍ତ୍ତମାନର ସିଜେଆଇ ସଂଜୀବ ଖାନ୍ନା ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ୍ ବି.ଆର ଗବାଇଙ୍କ ନାମ ସୁପାରିଶ କରିଥିବା ବେଳେ ଏଥିରେ ମୋହର ବାଜିବା ବାକି ଅଛି । ଏସସି ସମୁଦାୟରୁ ସେ ପ୍ରଥମଥର ପାଇଁ ମୁଖ୍ୟ ବିଚାରପତି ଆସନରେ ବସିବେ । ପୂର୍ବରୁ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର ଆକ୍ସନ ଉପରେ ରୋକ ଲଗାଇବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ସାରିଛନ୍ତି ଜଷ୍ଟିସ ଗବାଇ । ମହାରାଷ୍ଟ୍ର ଅମରାବତୀରେ ୨୪ ନଭେମ୍ବର ୧୯୬୦ରେ ଜଷ୍ଟିସ୍ ବି.ଆର ଗବାଇଙ୍କ ଜନ୍ମ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe