କନକ ବ୍ୟୁରୋ: ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, ମେ ୧୪ ତାରିଖରେ ଗ୍ରହଣ କରିପାରନ୍ତି କାର୍ଯ୍ୟଭାର । ବର୍ତ୍ତମାନର ସିଜେଆଇ ସଂଜୀବ ଖାନ୍ନା ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ୍ ବି.ଆର ଗବାଇଙ୍କ ନାମ ସୁପାରିଶ କରିଥିବା ବେଳେ ଏଥିରେ ମୋହର ବାଜିବା ବାକି ଅଛି । ଏସସି ସମୁଦାୟରୁ ସେ ପ୍ରଥମଥର ପାଇଁ ମୁଖ୍ୟ ବିଚାରପତି ଆସନରେ ବସିବେ । ପୂର୍ବରୁ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର ଆକ୍ସନ ଉପରେ ରୋକ ଲଗାଇବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ସାରିଛନ୍ତି ଜଷ୍ଟିସ ଗବାଇ । ମହାରାଷ୍ଟ୍ର ଅମରାବତୀରେ ୨୪ ନଭେମ୍ବର ୧୯୬୦ରେ ଜଷ୍ଟିସ୍ ବି.ଆର ଗବାଇଙ୍କ ଜନ୍ମ ।
ଜଷ୍ଟିସ୍ ବି.ଆର ଗବାଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ; ମେ ୧୪ ତାରିଖରେ ଗ୍ରହଣ କରିପାରନ୍ତି କାର୍ଯ୍ୟଭାର
କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ନାମ ସୁପାରିଶ କଲେ ବର୍ତ୍ତମାନର ସିଜେଆଇ ସଂଜୀବ ଖାନ୍ନା । ୟୁପି ସରକାରଙ୍କ ବୁଲ୍ଡୋଜର ଆକ୍ସନ ଉପରେ ଲଗାଇଥିଲେ ରୋକ ।
/kanak/media/media_files/2025/04/16/pGXTkF3D7oiEJWQP2k9g.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)