କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କର ଆଜି କାର୍ଯ୍ୟକାଳ ସମାପ୍ତ ହେଉଛି । ବିଶେଷ କରି ସେ ତାଙ୍କର କଥା ଆଦେଶ କିମ୍ବା ନିଷ୍ପତ୍ତିରେ ଶୁଣାଇଥାନ୍ତି । ତାଙ୍କ କାର୍ଯ୍ୟକାଳରେ ସେ ଏଭଳି କିଛି ବୟାନ ଦେଇନାହାଁନ୍ତି, ଯାହାକୁ ନେଇ ବିବାଦ କି ଚର୍ଚ୍ଚା ହୋଇଛି । 

Advertisment

ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନାଙ୍କ ବ୍ୟକ୍ତିତ୍ୱ ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । ଚନ୍ଦ୍ରଚୂଡ ଖୋଲାଖୁଲି ଭାବେ ତାଙ୍କର ବିଚାର ଉପସ୍ଥାପନ କରିଥାନ୍ତି । ହେଲେ ଜଷ୍ଟିସ ସଂଜୀବ ଖାନ୍ନା କିନ୍ତୁ ଅଳ୍ପ କଥା କହିଥାନ୍ତି । ଏବେ ଆସନ୍ତୁ ପଢିବା ତାଙ୍କ ୬ ମାସର କାର୍ଯ୍ୟକାଳ ଭିତରେ ନେଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ 

କ୍ୟାସକାଣ୍ଡରେ କଠୋର ନିଷ୍ପତ୍ତି : 
ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ମିଳିଥିବା ପୋଡା ନୋଟ ବାବଦର ମୁଖ୍ୟ ବିଚାରପତି କଠୋର ନିଷ୍ପତ୍ତି ନେଇଥିଲେ । ମାମଲାକୁ ନେଇ ଯୋଗାଡ ହୋଇଥିବା ସମସ୍ତ ତଥ୍ୟକୁ ସେ ସୁପ୍ରିମକୋର୍ଟର ୱେବସାଇଟରେ ଉପଲବ୍ଧ କରାଇଥିଲେ । ୩ ଜଣ ବିଚାରପତିଙ୍କୁ ନେଇ ଗଠିତ କମିଟି ଦ୍ୱାରା ଏହି ମାମଲାର ଯାଂଚ କରିଥିଲେ । ଏହି ରିପୋର୍ଟରେ ଜଷ୍ଟିସ ବର୍ମାଙ୍କ ଦୋଷ ସାବ୍ୟସ୍ତ ହୋଇଥିବାରୁ ଜଷ୍ଟିସ ସଂଜୀବ ଖାନ୍ନା ଜଷ୍ଟିସ ବର୍ମାଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ ।  ଏହି ପରାମର୍ଶକୁ ଜଷ୍ଟିସ ବର୍ମା ଅଗ୍ରାହ୍ୟ କରିବା ପରେ ସୁପ୍ରିମକୋର୍ଟଙ୍କ ତରଫରୁ ଏହି ମାମଲାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇ ଦିଆଯାଇଥିଲା ।  କାରଣ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଚାହିଁଲେ ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଅଭିଯୋଗ ଆଣି ତାଙ୍କୁ ପଦରୁ ହଟାଇପାରିବେ ।

ସମ୍ପତ୍ତି ତାଲିକା ଦେବାକୁ ବିଚାରପତିଙ୍କୁ ନିର୍ଦ୍ଦେଶ :
ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ସେମାନଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୫ ଏପ୍ରିଲ ପହିଲାରେ ତାଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣ୍ଣ କୋର୍ଟ ବୈଠକରେ ଏହି ପ୍ରସ୍ତାବକୁ ପାରିତ କରାଯାଇଥିଲା । ଫଳରେ ଆଗାମୀ ଦିନରେ ବିଚାରପତିମାନେ ଲଗାତର ଭାବେ ସେମାନଙ୍କ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ 

କଲେଜିୟମ ସୁପାରିଶକୁ ସାମ୍ନାକୁ ଆଣିଥିଲେ : 
ବିଚାରପତି ନିଯୁକ୍ତିରେ ଭେଦଭାବ, ପରିବାରବାଦ ଅଭିଯୋଗ ଉପରେ ଜଷ୍ଟିସ ଖାନ୍ନା କିଛି ନକହି ମଧ୍ୟ ଜବାବ ଦେଇଥିଲେ । ଗତ ୩ ବର୍ଷ ଧରି ସୁପ୍ରିମକୋର୍ଟ କଲେଜିୟମ ତରଫରୁ କେନ୍ଦ୍ର ସରକାରଙ୍କ ପଠାଯାଇଥିବା ସୁପାରିଶକୁ ସାର୍ବଜନୀନ କରିଥିଲେ । ଏଥିରେ ସ୍ପଷ୍ଟ କରାଯାଇଥିଲା କି, ସୁପାରିଶରେ କେତେଜଣ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ,ଅଳ୍ପସଂଖ୍ୟକ ଓ ମହିଳା ଆଶାୟୀଙ୍କ ସଂଖ୍ୟା କେତେ ଥିଲା । ଏହାସହ ସେମାନଙ୍କ ମଧ୍ୟରୁ କେତେ ଲୋକ ବିଚାରପତିଙ୍କ ସଂପର୍କୀୟ 

ଧାର୍ମିକ ସ୍ଥଳ ସହ ଜଡିତ ବିବାଦ ଉପରେ ପ୍ରତିବନ୍ଧକ : 
ଦେଶରେ କିଛି ବର୍ଷ ହେବ ଧାର୍ମିକ ସ୍ଥଳକୁ ନେଇ ବିବାଦ ଲାଗି ରହିଥିଲା । ପୁରୁଣା ମନ୍ଦିର ଥିବା ଦାବି ନେଇ ସାରା ଦେଶରୁ ଅନେକ ଅଭିଯୋଗ କୋର୍ଟରେ ଦାଖଲ ହେଉଥିଲା । ଏନେଇ ରୁଜୁ ହେଉଥିବା ମାମଲା ଉପରେ ସେ ପ୍ରତିବନ୍ଧକ ଲଗାଇଥିଲେ । ସେ ସ୍ପଷ୍ଟ କରିଥିଲେ କି ୧୯୯୧ ପ୍ଲେସେସ୍ ଅଫ୍ ୱାରସିପ୍ ନିୟମର ବୈଦ୍ଧତା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନଆସିବା ଯାଏ ଏଭଳି କୌଣସି ମାମଲା ରୁଜୁ ହୋଇପାରିବ ନାହିଁ

ୱାକଫ୍ ଆଇନ ବିବାଦ ଉପରେ ବିରାମ : 
ୱାକଫ୍ ସଂଶୋଧନ ଆଇନକୁ ନେଇ ଚାଲିଥିବା ବିବାଦ ଉପରେ ସେ ରୋକ୍ ଲଗାଇଛନ୍ତି । ଆଇନର କିଛି ଧାରା ଉପରେ ସେ ଅନ୍ତରୀଣ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ କେନ୍ଦ୍ର ସରକାର କହିଥିଲେ କି, ଏବେ କୌଣସି ୱାକଫ୍ ସମ୍ପତ୍ତି ଉପରେ ଡିନୋଟିଫାଏ କରାଯିବ ନାହିଁ । ଏହାସହ ୱାକଫ୍ ବୋର୍ଡ ଓ ସେଣ୍ଟ୍ରାଲ ୱାକଫ୍ କାଉଁସିଲରେ କୌଣସି ନୂଆ ନିଯୁକ୍ତି ହୋଇପାରିବ ନାହିଁ ।