ଆକ୍ସନମୁଡରେ ମୁଖ୍ୟ ନିର୍ବାଚନ କମିଶନ: ବିଜେପି ଓ କଂଗ୍ରେସ ଅଧ୍ୟକ୍ଷକଙ୍କୁ ମାଗିଲେ ଜବାବ

ଆକ୍ସନମୁଡରେ ମୁଖ୍ୟ ନିର୍ବାଚନ କମିଶନ । ବିଜେପି ଓ କଂଗ୍ରେସ ଅଧ୍ୟକ୍ଷକଙ୍କୁ ମାଗିଲେ ଜବାବ । ଜେପି ନଡ୍ଡା, ଖଡଗେଙ୍କୁ ୧୮ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ।

NADDA

କନକ ବ୍ୟୁରୋ: ଝାଡଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ସମୟରେ ବଢ଼ୁଛି ବୟାନବାଜି । ଏନେଇ ମୁଖ୍ୟ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ଅଧ୍ୟକ୍ଷଙ୍କୁ ଜବାବ ମାଗିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କଠୁ ୧୮ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି ଇସି ।

ଏଥିସହ କମିଶନ ପ୍ରଚାର ସମୟରେ ଦଳର ବରିଷ୍ଠ ନେତା ଓ ଷ୍ଟାର ପ୍ରଚାରକ ନିଜ ବୟାନ ଧ୍ୟାନ ଦେବାକୁ କହିଛନ୍ତି । ପ୍ରଚାର ସମୟୟରେ ସୀମା ଉଲ୍ଲଂଘନ ନକରିବାକୁ, ଶିଷ୍ଟାଚାର ଭିତରେ ରହିବାକୁ ଓ ନିର୍ବାଚନ ଆଚରଣ ବିଦ୍ଧି ଉଲ୍ଲଠଗନ ନକରିବାକୁ କହିଛନ୍ତି କମିଶନ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe