କନକ ବ୍ୟୁରୋ : ଏନଡିଏ ମେଣ୍ଟକୁ ଟକ୍କର ଦେବାକୁ ଗଠନ ହୋଇଥିଲା ଇଣ୍ଡିମେଣ୍ଟ । ଆଶା ଅନୁସାରେ କିନ୍ତୁ ସଫଳତ ପାଇପାରିନି । ଏପରିକି ସହଯୋଗୀ ଦଳମାନଙ୍କ ମନ ମିଶୁନଥିବା ବାରମ୍ବାର ନଜରକୁ  ଆସିଛି । ଏହା ଭିତରେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ବୟାନ ଚର୍ଚ୍ଚା ସାଉଣ୍ଟୁଛି  । ମେଣ୍ଟର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିବା ଚିଦାମ୍ବରମ ସହଯୋଗୀ ଦଳମାନଙ୍କ ମଧ୍ୟରେ ଦେଖାଯାଉଥିବା ଏକତାର ଅଭାବକୁ ମଧ୍ୟ ଉଜାଗର କରିଛନ୍ତି ।

Advertisment

R

ଚିଦାମ୍ବରମଙ୍କ ବୟାନକୁ ସ୍ବାଗତ କରିଛି ବିଜେପି । ଦଳ କହିଛି ବିଳମ୍ବରେ ହେଉ ପଛେ ଇଣ୍ଡି ମେଣ୍ଟର ସତ ସାମ୍ନାକୁ ଆସିଛି । କେବଳ ସ୍ବାର୍ଥ ପାଇଁ ଗଠନ ମେଣ୍ଟ ଧିରେ ଧିରେ ଭାଙ୍ଗୁଛି ।

ଏହା ପ୍ରଥମ ଘଟଣା ନୁହେଁ ଯେବେ କୌଣସି କଂଗ୍ରେସର ବରିଷ୍ଠ ନେତା ବିଜେପିକୁ ଓ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ନିକଟରେ ଶଶି ଥରୁର ମୋଦୀ ସରକାରଙ୍କ ବିଦେଶ ନୀତି ସହ କୋଭିଡ ମୁକାବିଲାକୁ ଖୁବ ପ୍ରଶଂସା କରିଥିଲେ । ଏପରିକି ବିଜେପି ନେତାଙ୍କ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ କେରଳରେ ବିଜେପି  କାର୍ଯ୍ୟକ୍ରମରେ  ଯୋଗ ଦେଇଥିଲେ ଓ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଯାହାକୁ ନେଇ କଂଗ୍ରେସ ଶିବିରରେ କମ୍ପନ ଦେଖାଦେଇଥିଲା ।