କନକ ବ୍ୟୁରୋ : ବାର୍ଡ ଫ୍ଲୁ ଭୟ। କମିଲା ଚିକେନ୍ ଦର, ବଢିଲା ମାଛ ଦର । ଆଜି ରବିବାର ଥିବାରୁ ଆମିଷ ଦୋକାନରେ ଗହଳି ଲାଗିଛି । ହେଲେ ଚିକେନ୍ ଦୋକାନରେ ସେପରି ଗହଳି ଦେଖିବାକୁ ମିଳିନାହିଁ । ବାର୍ଡ ଫ୍ଲୁ ଭୟ ପାଇଁ ଲୋକେ ଅଧିକ ଚିକେନ୍ ଖାଉନାହାନ୍ତି । ହେଲେ ମାଛ ଦୋକାନରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଚିକେନ୍ ଅପେକ୍ଷା, ମାଛ, କଙ୍କଡା ଓ ଚିଙ୍ଗୁଡି ଖାଇବାକୁ ଲୋକେ ପସନ୍ଦ କରୁଛନ୍ତି । ଲୋକଙ୍କ ଚାହିଦାକୁ ଦେଖି ମାଛ ଦର ମଧ୍ୟ ଅଧିକ ରହିଛି । ବାର୍ଡ ଫ୍ଲୁ ପାଇଁ ରାଜଧାନୀକୁ ଅଧିକ କୁକୁଡା ଗାଡି ଆସୁନାହିଁ ।
ତେବେ ବଜାରରେ ଇଲିସି -୨୨୦୦-୨୪୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ, ନଦୀ ଚିଙ୍ଗୁଡ଼ି- ୬୦୦ ଥିଲା ଏବେ ୮୦୦, ବଡ ପାମ୍ପଲେଟ- ୧୦୦୦, କଙ୍କଡା-୫୦୦ରୁ ୧୫୦୦, ରୋହି- ୨୮୦ ଥିଲା ଏବେ ୨୨୦, ଭାକୁର-୨୦୦ ଥିଲା ୨୪୦ ଟଙ୍କାରେ ବିକ୍ରି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/uTOzN6ezoVKcNIMHV2Sj.png)