କନକ ବ୍ୟୁରୋ: ଚାନ୍ଦବାଲିରେ କୁକୁଡ଼ା ମାଲିକ ହତ୍ୟା ମାମଲାରେ ଘଟଣା ଉପରୁ ପରଦା ହଟାଇଛି ଚାନ୍ଦବାଲି ପୁଲିସ। ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ଚାନ୍ଦବାଲି ଥାନା ଅଧିନ ମତୋ ଫାଣ୍ଡି ଅନ୍ତର୍ଗତ ମାଧପୁର ରାସ୍ତା କଡ଼ରେ ଅଜୟ ଗିରି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗୀ ଯୋଜନାରେ କୁକୁଡ଼ା ଫାର୍ମ କରିଥିଲେ । ଆରମ୍ଭରୁ ତାଙ୍କ ସହିତ କେନ୍ଦ୍ରାପଡାର ଯୁବକ ଶୁଭ୍ରାଂଶୁ ସ୍ୱାଇଁଙ୍କୁ ଦେଖାଶୁଣା କରୁଥିବା ବେଳେ ପାର୍ଟନର ଭାବରେ ଲାଭଂଶାରୁ ଅର୍ଥ ନେଉଥିଲେ। ମାତ୍ର ବିଭିନ୍ନ ସମୟରେ ଅର୍ଥ କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିଲା ।
ଯାହାକୁ ନେଇ ଶୁଭ୍ରାଂଶୁ ବିଭିନ୍ନ ସମୟରେ ଗାଳିଗୁଲଜ କରୁଥିଲେ। ଏହି ଘଟଣାକୁ ନେଇ ବହୁ ଦିନ ଶୁଭ୍ରାଂଶୁ ଫାର୍ମକୁ ଆସୁନଥିବା ବେଳେ ଗତ ୧୨ତାରିଖ ଆସିଥିବା ବେଳେ ୫ଟାରେ ଶୁଭ୍ରାଂଶୁ ମତୋ ଠାରେ ଅନୁଷ୍ଠିତ ଅପେରା ଦେଖିବାକୁ ଯାଇଥିଲେ। ଏବଂ ଯୋଜନାବଦ୍ଧ ଭାବରେ ଫାର୍ମ କର୍ମଚାରୀ କିଶୋର ପଣ୍ଡାକୁ ଏହି ଯୋଜନାରେ ସାମିଲ କରିଥିଲେ । ରାତ୍ରି ସମୟରେ ସମସ୍ତେ ଅଜୟ ଗିରିଙ୍କ ସହିତ ଦୁଇ କର୍ମଚାରୀ ଖାଇ ଶୋଇ ଯାଇଥିଲେ । ତେବେ ପୂର୍ବ ଯୋଜନା ମୁତାବକ ସିସିଟିଭି ବନ୍ଦ କରିବା ପରେ ଶୁଭ୍ରାଂଶୁ ଏବଂ କିଶୋର ଏକ ଶକ୍ତ ଲୁହା ପାଇପ ସାହାଯ୍ୟରେ ଅଜୟଙ୍କ ମୁଣ୍ଡକୁ ୩ପ୍ରହାର କରିଥିଲେ ।
ଘଟଣା ସ୍ଥଳରେ ଅଜୟ ରକ୍ତଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ଶୁଭାଂଶୁ ଏବଂ ସହଯୋଗୀ ପ୍ରମାଣ ନଷ୍ଟ କରିବାକୁ ଅଜୟଙ୍କୁ ତଳେ ଶୁଆଇ ଦେଇଥିବା ବେଳେ ହତ୍ୟା ଘଟଣାକୁ ଏକ ଦୁର୍ଘଟଣା ରୂପ ଦେଇ ପରିବାର ଲୋକଙ୍କୁ ଚକମା ଫେରାର ହୋଇଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଭଦ୍ରକ ଏସପି ମନୋଜ ରାଉତ ଘଟଣାର ଗୁରୁତ୍ୱ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତିନିଦିନ ଭିତରେ ଅପରାଧୀକୁ ଠାବ କରିବାରେ ସଫଳ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/17/murder-2025-10-17-08-02-44.jpg)