କନକ ବ୍ୟୁରୋ: ନିମାପଡ଼ା ଓ ଡେଲାଙ୍ଗରେ ଚାଲିଛି କୁକୁଡାମରା ଅଭିଯାନ। ଆଜି ମଧ୍ୟ ଏହି ଦୁଇ ଅଞ୍ଚଳର ଫାର୍ମରୁ କୁକୁଡା ମରାଯିବ। ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ କୁକୁଡା ମରାଯାଇ ସାରିଲାଣି। ଡେଲାଙ୍ଗରୁ ୧୦ ହଜାରରୁ ଊଦ୍ଧ୍ୱର୍ ଏବଂ ନିମାପଡାରୁ ୨୫ ହଜାର କୁକୁଡ଼ା ମାରିବ ରାପିଡ୍ ରେସପନ୍ସ ଟିମ୍। ଏଥିପାଇଁ ସବୁ ରାପିଡ୍ ରେସ୍ପନ୍ସ ଟିମର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କୁକୁଡା ମରା ଅଭିଯାନ ଶେଷ ହେବା ପରେ ବିଶୋଧନ ପାଇଁ ବ୍ଲିଚିଂ କରାଯିବ। ଏସବୁ ଅଞ୍ଚଳରେ କୁକୁଡା ମରାଯିବାକୁ ଥିବାରୁ କ୍ଷତିପୂରଣ ଦାବି କରିଛନ୍ତି କୁକୁଡା ଚାଷୀ। ଆଜି ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us