କନକ ବ୍ୟୁରୋ: ଛତିଶଗଡ଼-ତେଲେଙ୍ଗାନା ସୀମା କେରେଗୁଟା ପାହାଡ଼ରେ ୨୧ ଦିନର ଅପରେସନ୍ କେଜିଏଚରେ ଛତ୍ରଭଙ୍ଗ ଦେଇଛନ୍ତି ୩ ଶହରୁ ଅଧିକ ମାଓବାଦୀ । ମାଓବାଦୀଙ୍କ ୟୁନିଫାଏଡ୍ କମାଣ୍ଡ ଖିନଭିନ୍ ହୋଇଯାଇଛି । ଛୋଟ ଛୋଟ ଦଳ ଗଠନ କରି ପଡ଼ୋଶୀ ରାଜ୍ୟକୁ ଖସି ପଳାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଟପ୍ ମାଓ ନେତା ।
ଛତିଶଗଡ଼ ଗରିଆବନ୍ଧ ଓ ଓଡ଼ିଶାର ନୂଆପଡ଼ା ଦେଇ ମାଓବାଦୀଙ୍କ ସ୍ୱତନ୍ତ୍ର ଚଳପ୍ରଚଳ ପଥ ରହିଛି । କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ାକୁ ନେଇ ମାଓବାଦୀଙ୍କ କେକେବିଏନ ଡିଭିଜନ୍ ମଧ୍ୟ ସକ୍ରିୟ ଅଛି । ଛତିଶଗଡ଼ ସୁକମା ଜିଲ୍ଲା ସହ ମାଲକାନଗିରିର ପଡ଼ିଆ-ଭେଜାଙ୍ଗିୱାଡ଼ା ଏବଂ ତୁଳସୀ ପାହାଡ଼, ମାଥିଲି-ଖଇରପୁଟ ଦେଇ ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ୍ କମିଟି ସହ ଯୋଗାଯୋଗର ରାସ୍ତା ରହିଛି । ତେଣୁ ଏହି ରାସ୍ତା ଦେଇ ମାଓବାଦୀମାନେ ଓଡ଼ିଶା ମୁହାଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ପୂର୍ବରୁ ବଡ଼ ବଡ଼ ଏନକାଉଣ୍ଟର୍ ପରେ ଲାଲବାହିନୀ ଓଡ଼ିଶା ମୁହାଁ ହେବାର ନଜିର ରହିଛି । ନଭେମ୍ବରରେ ଛତିଶଗଡ଼ରେ ବଡ଼ ଏନକାଉଣ୍ଟର୍ ପରେ ଟପ୍ ମାଓ ନେତା ଉଦୟ ସମେତ ବହୁ ମାଓବାଦୀ ଓଡ଼ିଶା ଭିତରକୁ ପ୍ରବେଶ କରିଥିବା ସ୍ପଷ୍ଟ ହୋଇଛି । ଜାନୁଆରି ୨୧ ତାରିଖରେ ଟପ୍ ମାଓ ନେତା ଚଲାପାତିଙ୍କ ଟିମ୍ ଓଡିଶା ମୁହାଁ ହେଉଥିବା ସମୟରେ ଯବାନଙ୍କ ଗୁଳିରେ ଚଲାପାତି ସମେତ ୧୩ ଜଣ ଟଳି ପଡ଼ିଥିଲେ । ତେଣୁ କେରେଗୁଟା ଏନକାଉଣ୍ଟର୍ ପରେ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରି କମ୍ବିଂ ଅପରେସନକୁ ଜୋରଦାର କରିଛି ଓଡିଶା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/05/18/rgaYNMupXNLUmI6eEvl4.jpg)