କନକ ବ୍ୟୁରୋ : ଜଳପ୍ରପାତରେ ବୁଡ଼ିଗଲେ ଯବାନ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମୀ ଜଳପ୍ରପାତରେ ବୁଡ଼ି ପୁଲିସ  ଏସ୍. ଆଇ ଆକାଶ ଚୌଧୁରୀ ନିଖୋଜ ହୋଇଯାଇଛନ୍ତି । ମହାଶିବରାତ୍ରି ଅବସରରେ ଗୁଲୁମୀରେ ପିକ୍‌ନିକ୍ କରୁଥିଲେ ।

Advertisment

ଅଧିକ ପଢନ୍ତୁ :ସମୁଦ୍ରରେ ବୁଡ଼ିଲା ଟ୍ରଲର

ଛତିଶଗଡ଼ର ୫ ଜଣ ପିକନିକ୍ କରିବାକୁ ଆସିଥିବାବେଳେ ଆକାଶ କୌଣସି କାରଣ ବଶତଃ ପାଣିରେ ବୁଡ଼ି ଯାଇଛନ୍ତି । ନିଖୋଜ ଏସ ଆଇ ଛତିଶଗଡ଼ ନଗରନାର ଥାନାର ଆକାଶ ଚୌଧୁରୀ । କୋଟପାଡ଼ ଅଗ୍ନିଶମ ବିଭାଗ ଟିମ୍ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛନ୍ତି  କିନ୍ତୁ ଆକାଶଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।