କନକ ବ୍ୟୁରୋ : ଶହେ କୋଟି ଟଙ୍କାର ଜିଏସଟି ଠକେଇ । ଛତିଶଗଡ଼ରୁ ଏପରି ଠକେଇ ସାମ୍ନାକୁ ଆସିଛି । ଛତିଶଗଡ଼ର ଜିଏସଟି ବିଭାଗ ଏପରି ଠକେଇର ପର୍ଦ୍ଦାଫାସ କରିଛି । ଏହି ଠକେଇରେ ପ୍ରାୟ ୧୭୦ଟି ଠକ ସଂସ୍ଥା ସାମିଲ ଅଛନ୍ତି । ଆଉ ଏହାର ମାଷ୍ଟର ମାଇଣ୍ଡ ହେଉଛି ମହମ୍ମଦ ଫରହାନ ସୁରାତିଆ, ଯିଏ କି ପେଶାରେ ଜଣେ ଜିଏସଟି ଟାକ୍ସ ପରାମର୍ଶଦାତା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୨୬ଟି ନକଲି ଫାର୍ମ ୮୨୨ କୋଟି ଟଙ୍କା ଅନଲାଇନ୍ ବିଲ୍ ଇସ୍ୟୁ କରିଥିଲେ । ହେଲେ କେବଳ ୧୦୬ କୋଟିର କାରବାର ବୋଲି ଦର୍ଶାଇଥିଲେ । ଏହାପରେ ଜିଏସଟି ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା । ସେପ୍ଟେମ୍ବର ୧୨ରେ ମାଷ୍ଟରମାଇଣ୍ଡ ମହମ୍ମଦ ଫରହାନ ସୁରାତିଆଙ୍କ ଘରେ ଚଢ଼ାଉ କରଯାଇଥିଲା । ଏହି ଠକେଇର ଚେର ପଞ୍ଜାବ, ମଣିପୁର, ଆସାମ ଓ ଓଡ଼ିଶାକୁ ମଧ୍ୟ ଲମ୍ବିଥିବା କୁହାଯାଉଛି । ଏହାସହ ପ୍ରକୃତ ଠକେଇର ପରିମାଣ ଆହୁରି ଶହେ କୋଟିରୁ ଆହୁରି ଅଧିକ ହୋଇଥାଇପାରେ ବୋଲି ବିଭଗା ସନ୍ଦେହ କରୁଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।
ଶହେ କୋଟି ଜିଏସଟି ଠକେଇର ପର୍ଦ୍ଦାଫାସ କଲା ଛତିଶଗଡ଼ ଜିଏସଟି ବିଭାଗ, ଠକେଇରେ ସାମିଲ ଅଛନ୍ତି ୧୭୦ ଠକ ସଂସ୍ଥା
ଠକେଇରେ ପ୍ରାୟ ୧୭୦ଟି ଠକ ସଂସ୍ଥା ସାମିଲ ଅଛନ୍ତି । ଆଉ ଏହାର ମାଷ୍ଟର ମାଇଣ୍ଡ ହେଉଛି ମହମ୍ମଦ ଫରହାନ ସୁରାତିଆ, ଯିଏ କି ପେଶାରେ ଜଣେ ଜିଏସଟି ଟାକ୍ସ ପରାମର୍ଶଦାତା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୨୬ଟି ନକଲି ଫାର୍ମ ୮୨୨ କୋଟି ଟଙ୍କା ଅନଲାଇନ୍ ବିଲ୍ ଇସ୍ୟୁ କରିଥିଲେ ।
/kanak/media/media_files/2025/09/20/6-2025-09-20-08-01-38.jpg)