ଛତିଶଗଡ଼ ଇଞ୍ଜିନିୟରିଂ କଲେଜର ଛାତ୍ର ପଢ଼ିବେ ଭଗବତ୍ ଗୀତା

Advertisment

ଛତିଶଗଡ଼ର ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବ୍ୟାଳୟ ଅଧୀନରେ ଆସୁଥିବା ୪୨ ଇଞ୍ଜିନିୟରିଂ ଓ ପଲିଟେକ୍ନିକ କଲେଜରେ ଏବେ ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାଗବତ ଗୀତାର ଅଧ୍ୟୟନ କରାଯିବ ।

ଛତିଶଗଡ଼ର ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବ୍ୟାଳୟ ଅଧୀନରେ ଆସୁଥିବା ୪୨ ଇଞ୍ଜିନିୟରିଂ ଓ ପଲିଟେକ୍ନିକ କଲେଜରେ ଏବେ ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାଗବତ ଗୀତାର ଅଧ୍ୟୟନ କରାଯିବ ।

Bhagavad gita

Bhagavad gita Photograph: (kanak news)

କନକ ବ୍ୟୁରୋ : ଗୀତା ପଢ଼ିବେ ଇଞ୍ଜିନିୟରିଂ ଛାତ୍ର । ଛତିଶଗଡ଼ର ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବ୍ୟାଳୟ ଅଧୀନରେ ଆସୁଥିବା ୪୨ ଇଞ୍ଜିନିୟରିଂ ଓ ପଲିଟେକ୍ନିକ କଲେଜରେ ଏବେ ଭାରତ ସରକାରଙ୍କ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାଗବତ ଗୀତାର ଅଧ୍ୟୟନ କରାଯିବ । ଏଥିପାଇଁ ଛତିଶଗଡ଼ର ବୈଷୟିକ ଶିକ୍ଷା ମନ୍ତ୍ରୀ ଗୁରୁ ଖୁସୱନ୍ତ ସାହେବଙ୍କ ଉପସ୍ଥିତିରେ ଇସ୍କନ ସହିତ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି । ଛତିଶଗଡ଼ର ସମସ୍ତ ଇଞ୍ଜିନିୟରିଂ ଓ ପଲିଟେକନିକ୍‌ କଲେଜ ଗୋଟିଏ ସେମିଷ୍ଟାର ପାଇଁ ଭାଗବତ ଗୀତା ପଢ଼ାଯିବ । ଏହି ପାଠ୍ୟକ୍ରମରେ କେବଳ ସିଦ୍ଧାନ୍ତ ନୁହେଁ, ବରଂ ଜୀବନ ମୂଲ୍ୟ, ନୈତିକ ଶିକ୍ଷା, ନେତୃତ୍ବ ନେବାର ଦକ୍ଷତା, ଆତ୍ମ ନିୟନ୍ତ୍ରଣ ଓ ସକାରାତ୍ମକ ଅନୁଚିନ୍ତା ଭଳି ବିଷୟବସ୍ତୁ ମଧ୍ୟ ସାମିଲ କରାଯିବ । 

ଇସ୍କନ ସିଧାସଳଖ ପ୍ରଶିକ୍ଷିତ କଲେଜମାନଙ୍କରେ ବିଦ୍ୟାର୍ଥୀଙ୍କୁ ଏହି ବିଷୟରେ ପାଠ ପଢ଼ାଇବେ । ବୈଷୟିକ ଶିକ୍ଷା ମନ୍ତ୍ରୀ ଖୁସୱନ୍ତ ସାହେବ କହିଛନ୍ତି, ଜାତୀୟ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ ବିଦ୍ୟାର୍ଥୀଙ୍କୁ କେବଳ ବୈଷୟିକ ଦକ୍ଷତାରେ ସୀମିତ ନ ରଖି ସେମାନଙ୍କୁ ନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବେ ସଶକ୍ତ କରିବ । ଏହା ଯୁବପିଢ଼ିଙ୍କୁ ସମସ୍ତ କ୍ଷେତ୍ରରେ ସନ୍ତୁଳନ ରଖି ବିବେକର ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଦେବ । ଛତିଶଗଡ଼ର ସ୍ବାମୀ ବିବେକାନନ୍ଦ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡ. ଅରୁଣ ଅରୋରା କହିଛନ୍ତି, ବିଶ୍ବବିଦ୍ୟାଳୟ ଇସ୍କନ ସହିତ ଭାଗବତ ଗୀତା ଅଧ୍ୟୟନ ପାଇଁ ଅନୁବନ୍ଧିତ ହୋଇଛି ।

ଅଦିକ ପଢ଼ନ୍ତୁ---ଇରାନର ନିର୍ବାସିତ ରାଜକୁମାର ପହଲାଭିଙ୍କୁ ଭେଟିଲେ ଟ୍ରମ୍ପ ପ୍ରଶାସନ : ବୈଠକରେ ଗୁପ୍ତ ଚୁକ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe