କନକ ବ୍ୟୁରୋ: ଇନ୍ଦ୍ରାବତୀର ଶାଖା ନଦୀ ହେଉଛି ଯୋଉଁରା । କୋରାପୁଟ କୋଟପାଡ୍ ବ୍ଲକର ୬ଟି ପଞ୍ଚାୟତର ଜୀବନ ରେଖା ଏହି ନଦୀ । ଶିଳ୍ପ ଓ ଚାଷକୁ ପାଣି ଯୋଗାଏ। ଯୋଉଁରା ପାଣିକୁ ବି ଛାଡୁନି ପଡ଼ୋଶୀ। ନଦୀରେ ବାଲି ବସ୍ତା ପକାଇ ନିଜ ପଟକୁ ପାଣି ଟାଣି ନେଉଛି ଛତିଶଗଡ଼ । ଏପଟେ ପାଣି ଅଭାବରୁ ଚାଷ ପ୍ରଭାବିତ ହେଉଛି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପଡୋଶୀ ରାଜ୍ୟର ପ୍ରଶାସନ। ତେଣୁ ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଛତିଶଗଡ଼ର ଆଡ଼ି ବନ୍ଧକୁ ଭାଙ୍ଗି ଦେଇଛନ୍ତି ଓଡ଼ିଶା ଚାଷୀ ।
ଛତିଶଗଡ଼-ଓଡ଼ିଶା ସୀମାରେ ବହୁଛି ଯୋଉଁରା ନଦୀ । ନଦୀକୁ ନେଇ ବିବାଦ ଲାଗି ରହିଥିଲା । ୧୯୭୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଇନ୍ଦ୍ରବାତୀ ଜଳବଣ୍ଟନ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ । ଅଞ୍ଚଳବାସୀ ଓ ସଂଘର୍ଷ ସମିତି ଦାବିକୁ ବିଚାର କରି ଯୋଉଁରାକୁ ଉପନଦୀର ସ୍ୱୀକୃତି ଦେଇଥିଲେ ତତ୍କାଳୀନ କମିଶନର । ଉଭୟ ପଟ ମୁହାଣରେ ବନ୍ଧ କରି ୨ରାଜ୍ୟକୁ ୫୦ ପ୍ରତିଶତ ଲେଖାଏଁ ପାଣି ବାଣ୍ଟି ଦିଆଗଲା । ହେଲେ ଛତିଶଗଡ଼ ଚୁକ୍ତିନାମା ଉଲଙ୍ଘନ କରି ଓଡ଼ିଶା ପଟକୁ ଆସୁଥିବା ପାଣିକୁ ଅଟକାଉ ଥିବା ଅଭିଯୋଗ ହୋଇଛି ।
ସରକାରୀ ନିୟମ ମାନୁନି ଛତିଶଗଡ଼, ବନ୍ଧ କରି ଅଟକାଉଛି ପାଣି
ଓଡ଼ିଶା-ଛତିଶଗଡ଼ ମଧ୍ୟରେ ପୁଣି ଜଳ ବିବାଦ, ଆନ୍ଦୋଳନର ଡ଼ାକରା ଦେଇ ଆଡ଼ିବନ୍ଧ ଭାଙ୍ଗିଲେ କୋରାପୁଟ ଚାଷୀ
/kanak/media/media_files/2025/03/28/bpwhDZEvXU6Up8QMYE4W.jpg)