ଓଡିଶା ଛତିଶଗଡ ସୀମାନ୍ତ ଗରିଆବନ୍ଧ ମେଣ୍ଟାଲ ଜଙ୍ଗଲରେ ସାରା ରାତି ଗୁଳିବିନିମୟ

ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି । ଗତକାଲି ବାଲାକୃଷ୍ଣାଙ୍କୁ ନିପାତ କରିଛବ୍ତି ସୁରକ୍ଷାକର୍ମୀ ।

ସାରା ରାତି ଗୁଳିବିନିମୟ

ସାରା ରାତି ଗୁଳିବିନିମୟ Photograph: (KanakNews)

କନକ ବ୍ୟୁରୋ; ରାତି ତମାମ ଗୁଳି ବିନିମୟ । ଗରିଆବନ୍ଧ ମେଣ୍ଟାଲ ଜଂଗଲରେ ପୁଣି ଏନକାଉଣ୍ଟର। ମାଓବାଦୀଙ୍କୁ ଘେରି ରଖିଛନ୍ତି ଯବାନ । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି। କୋବ୍ରା ଓ ଏସଟିଏଫ୍ ଯବାନଙ୍କ ପକ୍ଷରୁ ଅପରେଶନ ଜାରି । ମେଣ୍ଟାଲ ଜଙ୍ଗଲରେ ଜାରି ରହିଛି ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ୍ । ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ୍ ବାଲକ୍ରୀଷ୍ଣାର ମୃତ୍ୟୁ ହୋଇଥିଲା ।  

ଏନକାଉଣ୍ଟରରେ ପ୍ରାୟ ୧୦ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଥିଲା ।  ଅପରେସନରେ STF, COBRA, CRPFର କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନ) ଏବଂ ରାଜ୍ୟ ପୋଲିସ କର୍ମଚାରୀମାନେ ସାମିଲ ଅଛନ୍ତି। ଏବେ ବି ଜାରି ରହିଛି ଗୁଳିବିନିମୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe