କନକ ବ୍ୟୁରୋ; ରାତି ତମାମ ଗୁଳି ବିନିମୟ । ଗରିଆବନ୍ଧ ମେଣ୍ଟାଲ ଜଂଗଲରେ ପୁଣି ଏନକାଉଣ୍ଟର। ମାଓବାଦୀଙ୍କୁ ଘେରି ରଖିଛନ୍ତି ଯବାନ । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି। କୋବ୍ରା ଓ ଏସଟିଏଫ୍ ଯବାନଙ୍କ ପକ୍ଷରୁ ଅପରେଶନ ଜାରି । ମେଣ୍ଟାଲ ଜଙ୍ଗଲରେ ଜାରି ରହିଛି ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ୍ । ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ୍ ବାଲକ୍ରୀଷ୍ଣାର ମୃତ୍ୟୁ ହୋଇଥିଲା ।
ଏନକାଉଣ୍ଟରରେ ପ୍ରାୟ ୧୦ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ଅପରେସନରେ STF, COBRA, CRPFର କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନ) ଏବଂ ରାଜ୍ୟ ପୋଲିସ କର୍ମଚାରୀମାନେ ସାମିଲ ଅଛନ୍ତି। ଏବେ ବି ଜାରି ରହିଛି ଗୁଳିବିନିମୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/12/encounter-2025-09-12-10-13-45.jpg)