କନକ ବ୍ୟୁରୋ :  ଆଜି ଛତିଶଗଡର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟର ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ହୋଇଛି । ସ୍ଥାନୀୟ ଅଞ୍ଚଳରେ ପଂଚାୟତ ନିର୍ବାଚନ ଚାଲୁଥିବାରୁ ପ୍ରଭାବ ପକାଇବାକୁ ମାଓବାଦୀମାନେ ଚେଷ୍ଟା କରିଥିଲେ । ଏନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ଅପରେଶନ କରି ସେମାନଙ୍କୁ ନିହତ କରିଛନ୍ତି । ଏହାସହ ସେଠାରୁ ବିପୁଳ ପରିମାଣର ବିସ୍ଫୋଟକ, ବନ୍ଧୁକ ଓ ଗୁଳିଗୁଳା ଜବତ କରାଯାଇଛି ।

Advertisment

ଏହି ଏନକାଉଣ୍ଟରରେ କେବଳ ମାଓବାଦୀଙ୍କର ମୃତ୍ୟୁ ହୋଇନାହିଁ ବରଂ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ହୋଇଛନ୍ତି । ଯଦି ଆମେ ଗତ ୧୪ ମାସକୁ ଲକ୍ଷ୍ୟ କରିବା ତେବେ ସେହି ସମୟ ମଧ୍ୟରେ ୨୭୪ ଜଣ ମାଓବାଦୀଙ୍କ ମୃତ୍ୟୁ ସୁରକ୍ଷାକର୍ମୀଙ୍କ ଗୁଳିରେ ହୋଇଥିବା ବେଳେ ୧୧୬୬ ଜଣ ମାଓବାଦୀ ପୋଲିସ ହାତରେ ଗିରଫ ହୋଇଛନ୍ତି। ସେପଟେ ୯୬୯ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ କେବଳ ୨୦୨୫ ରେ ଦେଶରେ ୪ଟି ମାଓବିରୋଧୀ ବଡ଼ ଏନକାଉଣ୍ଟର ହୋଇଛି । ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶ ନକ୍ସଲମୁକ୍ତ ହେବ ।