କନକ ବ୍ୟୁରୋ: ଯବାନଙ୍କ ଉପରେ ଆକ୍ରମଣ । ଚାଲିଗଲା ୮ ଯବାନଙ୍କ ଜୀବନ । ଛତିଶଗଡ ବିଜାପୁରରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ନକ୍ସଲଙ୍କ ଆକ୍ରମଣରେ ଆଖି ବୁଜିଛନ୍ତି ଦେଶର ଯବାନ । ତେବେ ମିଳିଥିବା ସୂଚନା ମୁତାବକ, ଏହି ଆକ୍ରମଣେ ୮ ଯବାନଙ୍କ ସହିତ ଜଣେ ଡ୍ରାଇଭର ମଧ୍ୟ ସହିଦ ହେଇଛନ୍ତି ।
ତେବେ ଗୋଟିଏ ଗାଡିରେ ବସି ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ଯବାନମାନେ ଫେରୁଥିଲେ, ହେଲେ ଏହି ସମୟରେ ଆକ୍ରମଣ କରିଥିଲେ ନକ୍ସଲ । ଆଇଡି ବିସ୍ପୋରଣ କରିବା ଫଳରେ ଯବାନଙ୍କ ଗାଡିରେ ବିସ୍ଫୋରଣ ହେଇଥିଲା, ଆଉ ଯବାନଙ୍କ ଶରୀର ମଧ୍ୟ ଏହି ଆକ୍ରମଣରେ ଖଣ୍ଡବିଖଣ୍ଡିତ ହୋଇଯାଇଛି ।
ଛତିଶଗଡର ବିଜାପୁରରେ ଯବାନଙ୍କ ଏହି ଟିମ୍ ନିଜର ଅପରେସନ୍ ପୂରା କରି ଫେରୁଥିଲେ । ଏହି ସମୟରେ ଆକ୍ରମଣ କରିଥିଲେ ନକ୍ସଲ । ବସ୍ତର ରେଞ୍ଜ ପୋଲିସ୍ ଇନ୍ସିପେକ୍ଟର ଜେନେରାଲ ସୁନ୍ଦରରାଜ ପି'ଙ୍କ କହିବା ମୁତାବକ, ଯବାନମାନେ ଅପରେସନ୍ କରିସାରିବା ପରେ, ସ୍କୋର୍ପିଓ ଭ୍ୟାନ୍ ଯୋଗେ ଫେରୁଥିଲେ । ତେବେ ଗତ ଦୁଇ ବର୍ଷ ଭିତରେ ଏହା ନକ୍ସଲଙ୍କ ସବୁଠୁ ବଡ ଆକ୍ରମଣ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/01/06/P5Lfsd2TG7iwG4DC2VLv.jpg)