୪ ତାରିଖ ଆକ୍ରମଣର ପ୍ରତିଶୋଧ ନେଲେ ୬ରେ । ଛତିଶଗଡ ବିଜାପୁର ଆଇଇଡି ବିସ୍ଫୋରଣରେ ଉଡିଲା ଯବାନଙ୍କ ଗାଡି

Advertisment

ଦୁଇ ବର୍ଷରେ ବସ୍ତର ରେଞ୍ଜରେ ଏହା ସବୁଠାରୁ ବଡ଼ ହମଲା। ଏପ୍ରିଲ ୨୬, ୨୦୨୩ରେ ପଡ଼ୋଶୀ ଜିଲ୍ଲା ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ହୋଇଥିବା ନକ୍ସଲ ଆକ୍ରମଣରେ ୧୦ ପୁଲିସ କର୍ମୀ ଓ ଜଣେ ଡ୍ରାଇଭର ସହିଦ ହୋଇଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ଆଉ ଏକ ଆକ୍ରମଣ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।

ରକ୍ତମୁଖା ମାଓବାଦୀ

ରକ୍ତମୁଖା ମାଓବାଦୀ Photograph: (KanakNews )

କନକ ବ୍ୟୁରୋ: ଛାତି ଥରାଇଦେଲା ଛତିଶଗଡ଼ ବିସ୍ଫୋରଣ। ମାଓ ଅପରେସନ ସାରି ବାଟରେ ଫେରୁଥିଲେ ଯବାନ। ଆଉ ଏତିକିବେଳେ ହଠାତ ପୂର୍ବରୁ ଖଞ୍ଜା ହୋଇଥିବା ଆଇଇଡି ବିସ୍ଫୋରଣ ଘଟିଥିଲା। ଆଉ ତା’ପରେ କେଉଁଠି ଗାଡ଼ିର କିଛି ଅଂଶ ଗଛରେ ଝୁଲୁଛି, ତ କେଉଁଠି ବିଶାଳ ଗର୍ତ୍ତ। ବିଜାପୁର ଜିଲ୍ଲାର କୁଟରୁ ଠାରେ ଘଟିଥିବା ଆଇଇଡି ବିସ୍ଫୋରଣ କେତେ ଭୟଙ୍କର ଥିଲା, ତାହା ଆପଣ ଅନୁମାନ କରିପାରୁଥିବେ। ବିସ୍ଫୋରଣରେ ୮ ଯବାନ ସହିଦ ହୋଇଛନ୍ତି। ଜଣେ ଡ୍ରାଇଭରଙ୍କ ଜୀବନ ଯାଇଛି। ବିସ୍ଫୋରଣ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

ଦୁଇ ବର୍ଷରେ ବସ୍ତର ରେଞ୍ଜରେ ଏହା ସବୁଠାରୁ ବଡ଼ ହମଲା। ଏପ୍ରିଲ ୨୬, ୨୦୨୩ରେ ପଡ଼ୋଶୀ ଜିଲ୍ଲା ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ହୋଇଥିବା ନକ୍ସଲ ଆକ୍ରମଣରେ ୧୦ ପୁଲିସ କର୍ମୀ ଓ ଜଣେ ଡ୍ରାଇଭର ସହିଦ ହୋଇଥିଲେ। ପ୍ରାୟ ଦେଢ଼ ବର୍ଷ ପରେ ଆଉ ଏକ ଆକ୍ରମଣ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । 

ଗତ ଡିସେମ୍ବରରେ ଭୁବନେଶ୍ବରରେ ଆୟୋଜିତ ସର୍ବଭାରତୀୟ ଡିଜି ସମ୍ମିଳନୀରେ ନକ୍ସଲକୁ ନେଇ ବଡ଼ ବୟାନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ୨୦୨୬ ମାର୍ଚ୍ଚ ସୁଦ୍ଧା ପୂରା ଦେଶ ନକ୍ସଲମୁକ୍ତ ହେବା ନେଇ ଆହ୍ବାନ ଦେଇଥିଲେ। ହେଲେ ବିଜାପୁରରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣ ପୁଣିଥରେ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କରିଛି , କେଉଁଠି ଫେଲ ମାରିଲା ଗୁଇନ୍ଦା? ମୃତ୍ୟୁର ଫାଶ ବିଛାଇଥିଲେ ନକ୍ସଲ, କେମିତି ଜାଣିପାରିଲେନି ଯବାନ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe