କନକ ବ୍ୟୁରୋ: ଶ୍ରୀମନ୍ଦିର ଉପରେ ଜ୍ୟୋତି ମଲହୋତ୍ରା ଡ୍ରୋନ୍ ଉଡାଇବା ଅଭିଯୋଗ ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ । ଜଗନ୍ନାଥ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କର ମାର୍ଗଦର୍ଶିକା ପ୍ରସ୍ତୁତ ହେଉ । ସମସ୍ତ ଜନସାଧାରଣଙ୍କୁ ଏବାବଦରେ ସଚେତନ କରାଯାଉ । ମହାପ୍ରଭୁଙ୍କ ଦିବ୍ୟ ସଂସ୍କୃତି ଠିକ୍ ଭାବେ ପ୍ରସାର କରାଯାଉ । ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ସମସ୍ତ ଜନସାଧାରଣ ଭକ୍ତ ନୁହନ୍ତି । ଅନେକ ବ୍ୟକ୍ତି ମଦ୍ୟପାନ କରି ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଛନ୍ତି । ସରକାର ପୁରୀକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିବାସ ସ୍ଥଳୀ ଅପେକ୍ଷା ପର୍ଯ୍ୟଟନ କ୍ଷେତ୍ର ଭାବେ ଅଧିକ ପ୍ରଚାର କରୁଛନ୍ତି । ଏହାସହ ସେ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ କାଶ୍ମୀରର ପହଲଗାମ୍ରେ ଆତଙ୍କବାଦୀମାନଙ୍କ ଦ୍ୱାରା ପର୍ଯ୍ୟଟନମାନଙ୍କ ଉପରେ ସୁନିୟୋଜିତ ଆକ୍ରମଣ ଓ ନିରୀହ ପର୍ଯ୍ୟଟନମାନଙ୍କ ଜୀବନହାନୀ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ବିଗତ ଦିନରେ ପାକିସ୍ତାନୀଙ୍କ ସହ ସମ୍ପର୍କ ରଖି ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିଥିବା ଜ୍ୟୋତି ମାଲହୋତ୍ରା ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ତାଙ୍କୁ ସହାୟତା କରିଥିବା ପ୍ରିୟଙ୍କା ସେନାପତିଙ୍କ ବିଷୟରେ ମଧ୍ୟ ସମସ୍ତେ ସଚେତନ ହେବା ଉଚିତ ।
ଜ୍ୟୋତି ମଲହୋତ୍ରା ଡ୍ରୋନ୍ ଉଡ଼ାଇବା ଘଟଣା, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲେ ଛତିଶା ନିଯୋଗ ମହାନାୟକ
ଶ୍ରୀମନ୍ଦିର ଉପରେ ଜ୍ୟୋତି ମଲହୋତ୍ରା ଡ୍ରୋନ୍ ଉଡ଼ାଇବା ଅଭିଯୋଗ ଘଟଣା । ମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଛତିଶା ନିଯୋଗ । ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଜାରି ହେଉ ମାର୍ଗଦର୍ଶିକା ।
/kanak/media/media_files/2025/05/22/FoJ9pxzljfgWUKv6JuYG.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)