କନକ ବ୍ୟୁରୋ : ଅକ୍ଟୋବର ୩ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବ କାର୍ତ୍ତିକ ମାସ ନୀତି । ନୀତି ନିର୍ଘଣ୍ଟ ଅନୁମୋଦନ ପାଇଁ ଆଜି ବସିବ ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଅକ୍ଟୋବର ୩ ତାରିଖରେ ଶ୍ରୀଜୀଉଙ୍କ ଦାମୋଦର ବେଶ ସହ ବାଳଧୂପ ନୀତି ଆରମ୍ଭ ହେବ । ନଭେମ୍ବର ୨ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତଥାପନ, ୩ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତଥାପନ, ୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us