କନକ ବ୍ୟୁରୋ: ଭିକି କୌଶଲ- ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ଛାୱା ରିଲିଜ୍ ହେବାର ୨୭ ପରେ ବି ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳୁଛି । ୨୮ତମ ଦିନରେ ମେଟ୍ରୋସିଟି ଗୁଡ଼ିକରେ ଫିଲ୍ମ ହଲ୍‌ ହାଉସଫୁଲ୍ ରହିଛି । ଏହି କ୍ରମରେ ଏହି ଫିଲ୍ମ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଶାହରୁଖ ଖାନଙ୍କ ପଠାନକୁ ପଛରେ ପକାଇଛି । ଛାୱାଶ୍ରେଷ୍ଠ ୫ଟି ସର୍ବାଧିକ ଆୟ କରିଥିବା ବଲିଉଡ୍ ଚଳଚ୍ଚିତ୍ର ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି ।  

Advertisment

ଏବେ ଫିଲ୍ମର କଲେକ୍ସନ ଯେଭଳି ବୃଦ୍ଧି ପାଉଛି ତାହା ଦେଖିଲେ ଲାଗୁଛି ଯେ ଏହି ଫିଲ୍ମ ରଣବୀର କପୁରଙ୍କ ବ୍ଲକବଷ୍ଟର ଆନିମଲ୍‌କୁ ପଛରେ ପକାଇ ଶ୍ରେଷ୍ଠ ୩ଟି ବଲିଉଡ୍‌ ଫିଲ୍ମରେ ସ୍ଥାନ ପାଇବ । ଆଜି ଅର୍ଥାତ ଫିଲ୍ମ ରିଲିଜ୍ ହେବାର ୨୭ ଦିନ ପରେ ଫିଲ୍ମଟି ଏପର୍ୟ୍ୟନ୍ତ କେତେ ରୋଜଗାର କରିଛି ଜାଣନ୍ତୁଟ୍ଟ


ଛାୱାର ବକ୍ସ ଅଫିସ୍ କଲେକ୍ସନ

•    ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ୨୫.୮ କୋଟି ଟଙ୍କା ରୋଜଗାର କରିଥିଲା
•    ଛାଭାର ଦ୍ୱିତୀୟ ସପ୍ତାହର ଆୟ ୨୮୬.୧୮ କୋଟି ଟଙ୍କା ଥିଲା
•    ଫିଲ୍ମଟି ତୃତୀୟ ସପ୍ତାହରେ ୮୯.୫୪ କୋଟି ଟଙ୍କା ରୋଜଗାର କରିଥିଲା
•    ଯଦି ଆମେ ଚତୁର୍ଥ ସପ୍ତାହର କଲେକ୍ସନ ଦେଖିବା, ତେବେ ତେଲୁଗୁ ସଂସ୍କରଣର ଆୟକୁ ମିଶାଇ ୩୬.୫୯  କୋଟି ଟଙ୍କା ରହିଛି ।  
•    ଫିଲ୍ମ ବିଶ୍ଲେଷକ ସାକ୍‌ନିକ୍‌ଙ୍କ ଅନୁସାରେ, ୨୫, ୨୬ ଏବଂ ୨୭ତମ ଦିନରେ ଫିଲ୍ମଟି ଯଥାକ୍ରମେ ୬ କୋଟି, ୫ କୋଟି ଏବଂ ୪.୭୫ କୋଟି ଟଙ୍କା ରୋଜଗାର କରିଥିଲା 
•    ଏହି କ୍ରମରେ, ୨୭ ଦିନ ସୁଦ୍ଧା ଫିଲ୍ମର ମୋଟ ଆୟ ୫୪୯.୨୬ କୋଟି ଟଙ୍କା ହୋଇଛି 

୨୮ତମ ଦିନରେ ଛାୱା ମୋଟ ବକ୍ସ ଅଫିସ୍ କଲେକ୍ସନ
ସାକ୍‌ନିକ୍‌ଙ୍କ ଅନୁଯାୟୀ, ୨୮ତମ ଦିନ ଅପରାହ୍ନ ୩.୧୦ ସୁଦ୍ଧା, ଫିଲ୍ମଟି ୧.୨୭ କୋଟି ରୋଜଗାର କରିଥିଲା । ଏହାକୁ ମିଶାଇ ଛାୱା ମୋଟ ୫୫୦.୫୩ କୋଟି ଟଙ୍କା କଲେକ୍ସନ କରିଛି । ତେବେ ଏହି ସଂଖ୍ୟା ଆହୁରି ବଢ଼ିପାରେ । 

ଛାୱା ବଲିଉଡର ଶ୍ରେଷ୍ଠ ୩ ଫିଲ୍ମରେ ସାମିଲ ହେବ !
ଶାହାରୁଖ ଖାନଙ୍କ ଫିଲ୍ମ ଯବାନ, ଘରୋଇ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ବଲିଉଡ ଫିଲ୍ମ, ଯାହା ୬୪୦.୨୫ କୋଟି ଟଙ୍କା ସଂଗ୍ରହ କରିଛି । ଏହାପରେ, ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ ସ୍ତ୍ରୀ’ ୨୫୯୭.୯୯ କୋଟି ଟଙ୍କା କଲେକ୍ସନ ସହିତ ଦ୍ୱିତୀୟ ସ୍ଥାନରେ ଅଛି ।

ତୃତୀୟ ସ୍ଥାନରେ ରଣବୀର କପୁରଙ୍କ ଫିଲ୍ମ "ଆନିମଲ୍" ଅଛି ଯାହା ୫୫୩.୮୭ କୋଟି ଟଙ୍କା ରୋଜଗାର କରିଛି । ଛାୱା ଏହି ମାଇଲଷ୍ଟୋନ୍‌ରୁ ଆଉ ଟିକେ ପଛରେ ଅଛି, ଆଉ ମାତ୍ର ୪ କୋଟି ଟଙ୍କା ଆୟ କଲେ  ଛାୱା ଶ୍ରେଷ୍ଠ ୩ ସର୍ବାଧିକ ଆୟ କରିଥିବା ଫିଲ୍ମରେ ସାମିଲ ହେବ । ଏହାର ଅର୍ଥ ହେଉଛି ଯେଉଁ ବଡ଼ ସିନେମା ପାଇଁ ରଣବୀର କପୁରଙ୍କୁ ୧୬ ବର୍ଷ ଲାଗିଥିଲା, ଭିକି କୌଶଲଙ୍କ ଛାୱା ଆଗରେ ତାହା ଫିକା ପଡ଼ିବାକୁ ଯାଉଛି ।

ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ, " ଛାୱା"ରେ ଭିକି କୌଶଲ, ରଶ୍ମିକା ମନ୍ଦାନା, ଆଶୁତୋଷ ରାଣା, ବିନୀତ କୁମାର ସିଂହ ଏବଂ ଅକ୍ଷୟ ଖାନ୍ନା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଭାଲେଣ୍ଟାଇନ୍ସ ଡେ‘ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ପ୍ରାୟ ୧୩୦ କୋଟି ଟଙ୍କା ବଜେଟ୍ ରେ ନିର୍ମିତ ହୋଇଛି ।