/kanak/media/media_files/2025/06/27/30-gajapati-2025-06-27-14-59-16.jpg)
ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବାପରେ ରଥ ଉପରେ ସମ୍ପନ୍ନ ହେଲା ଛେରାପହଁରା ନୀତି ।
/kanak/media/media_files/2025/06/27/g-1-2025-06-27-15-04-31.jpg)
ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା ।
/kanak/media/media_files/2025/06/27/g-2-2025-06-27-15-04-31.jpg)
ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ । କାହିଁ କେଉଁ ଆଦ୍ୟକାଳରୁ ଏହି ପରମ୍ପରା ରହି ଆସିଛି ।
/kanak/media/media_files/2025/06/27/g-3-2025-06-27-15-04-31.jpg)
ଛେରା ଓ ପହଁରା ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଛେରାପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରତଳା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ । ପହଁରା ଶବ୍ଦର ଅର୍ଥ ଓଳାଇବା ।
/kanak/media/media_files/2025/06/27/g-4-2025-06-27-15-04-31.jpg)
ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ ।
/kanak/media/media_files/2025/06/27/g-5-2025-06-27-15-04-31.jpg)
ସମ୍ପୂର୍ଣ୍ଣ ରାଜକୀୟ ବେଶରେ ଛେରାପହଁରା ନୀତି କରନ୍ତି ଗଜପତି ମହାରାଜା । ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରୁହନ୍ତି ।
/kanak/media/media_files/2025/06/27/27-2025-06-27-15-04-31.jpg)
ଛେରାପହଁରା ନୀତି ସରିବା ପରେ ତାମଯାନରେ ଗଜପତି ମହାରାଜା ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି ।