କନକ ବ୍ୟୁରୋ: ଚାଲିଛି ଆଇପିଏଲ ମହାସମର । ପ୍ଲେ ଅଫରେ ପ୍ରବେଶ ପାଇଁ ଚାଲିଛି ଜୋରଦାର ଲଢେଇ । କିଏ ପ୍ରବେଶ କରିବ ଟପ୍ ୪ରେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ହେଲେ ଏଥର ୫ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସର ଅବସ୍ଥା ବହୁତ ଖରାପ । ଦଳ ପାଇଁ ଚଳିତ ସିଜିନ୍ ବହୁତ ଖରାପ ରହିଛି । ନା ଧୋନୀଙ୍କ ପ୍ଲାନ କାମ କରୁଛି ନା ଋତୁରାଜଙ୍କ ବ୍ୟାଟ୍ ଚାଲୁଛି ନା ଜାଡେଜାଙ୍କ ସ୍ପିନର ଯାଦୁଗରୀ ଦେଖିବାକୁ ମିଳୁଛି । ଦଳ ଏଥର ମ୍ୟାଚ ଜିତିବାକୁ ସଂଘର୍ଷ କରୁଛି । ଆଉ ଆଇପିଏଲ ଇତିହାସରେ ଏହା ପ୍ରଥମ ଯେଉଁଠି ଚେନ୍ନାଇ ପଏଣ୍ଟ ଟେବୁଲର ସବା ଶେଷରେ ରହିଛି ।
ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସର ୯ ମ୍ୟାଚ ଖେଳି ସାରିଛି । ହେଲେ ଏବେ ମାତ୍ର ୪ ପଏଣ୍ଟ ପାଇଛି ଦଳ । କାରଣ ସିଏସକେ ୭ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ୨ଟି ମ୍ୟାଚରେ ବିଜୟୀ ହୋଇଛି । ୧୦ ଟିମ ମଧ୍ୟରେ ଦଳ ପୂରା ୧୦ ନମ୍ୱରରେ ରହିଛି । ଆଉ ପଏଣ୍ଟ ଟେବୁଲ ଦେଖିଲେ ଲାଗୁନି ଦଳ ପ୍ଲେଅଫରେ ବି ପ୍ରବେଶ କରିପାରିବ । ଚେନ୍ନାଇ ଆଉ ୫ଟି ମ୍ୟାଚ ଖେଳିବ । ସବୁ ମ୍ୟାଚରେ ଜିତିଲେ ବି ସମ୍ଭାବନା କମ ଫ୍ଲେ ଅଫରେ ପ୍ରବେଶ ପାଇଁ ।
ଆଇପିଏଲ ଇତିହାସରେ ଏମିତି ପ୍ରଥମ ଯେଉଁଠି ସିଏସକେ ଅବସ୍ଥା ଅତି ଶୋଚନୀୟ ରହିଛି । ଆମେ ପ୍ରତି ଆଇପିଏଲରେ ଦେଖି ଆସିଛୁ ଯେଉଁଥିରେ ଚେନ୍ନାଇର ଦୁର୍ଦ୍ଧଶ ବ୍ୟାଟିଂ ଲାଇନ ଅପ ଥାଏ । ଆଉ ଦଳ ଚମତ୍କାର ପ୍ରଦର୍ଶନ କରିଥାଏ । ହେଲେ ଚଳିତ ବର୍ଷ ଦଳର ପ୍ରଦର୍ଶନ ଦେଖିଲେ ଲାଗୁନି ଏ ସେହି ଦଳ ବୋଲି । ଖରାପ ବ୍ୟାଟିଂ ଲାଇନ ଅଫ ପାଇଁ ଦଳ ବାରମ୍ୱାର ଚୂଡ଼ାନ୍ତ ଏକାଦଶରେ ପରବିର୍ତ୍ତନ କରୁଛି । ପ୍ରଥମେ ରଚିନ ରବିନ୍ଦ୍ର ଋତୁରାଜ ଗାଏକ୍ୱାଡ ଓପନିଂ କରୁଥିଲେ । ମ୍ୟାଚ ପରାଜୟ ପରେ ଓପନିଂ ଦାୟିତ୍ୱରେ ଏବେ ରହିଛନ୍ତି ରଚିନ ଓ ସୈକ ରସିଦ । ସେହିପରି ମିଡିଲ ଅର୍ଡରରେ ରାହୁଲ ତ୍ରିପାଠୀଙ୍କ ସ୍ଥାନରେ ଏବେ ଆୟୁଷ ମହାତ୍ରେଙ୍କୁ ସୁଯୋଗ ମିଳିଛି ।
ଚୂଡ଼ାନ୍ତ ଏକାଦଶରେ ପରାଜୟ ପରେ ବି ଦଳ ମ୍ୟାଚ ଜିତିବାକୁ ସଂଘର୍ଷ କରୁଛି । କୌଣସି ବି ବ୍ୟାଟ୍ସମ୍ୟାନ ଖେଳିବାରେ ସକ୍ଷମ ହେଉନାହାନ୍ତି । କହିବାକୁ ଗଲେ ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ବହୁତ ଖରାପ । ଏମିତି କୌଣସି ଆଇପିଏଲରେ ବି ହୋଇନଥିଲା ଯେଉଁଠି ଦଳ ପଏଣ୍ଟ ଟେବୁଲର ତଳେ ରହିଛି ।
ଆଇପିଏଲରେ ଚେନ୍ନାଇକୁ ସବୁଠାରୁ ସଫଳ ଦଳ ବୋଲି କୁହାଯାଏ । କାରଣ ଦଳ ୧୮ଟି ସିଜିନରୁ ୧୨ ସିଜିନରେ ଫ୍ଲେଅଫ ଟିକେଟ ପାଇଛି । ସେହିପରି ଦଳ ୫ଥର ଚାମ୍ପିୟନ ହୋଇଥିବା ବେଳେ ୧୦ଥର ଫାଇନାଲ ମ୍ୟାଚ ଖେଳିଛି । ୨୦୨୨ରେ ବି ଦଳର ସମାନ ଅବସ୍ଥା ରହିଥିଲା । ହେଲେ ଚେନ୍ନାଇ ନବମ ସ୍ଥାନରେ ରହିଥିଲା । ଏଥର କିନ୍ତୁ ସିଏସକେ ପୂରା ଶେଷରେ ରହିଛି । ତେବେ ଆଗାମୀ ୫ ମ୍ୟାଚରେ ଧୋନୀ କଣ କମାଲ କରୁଛନ୍ତି ଆଉ ସିଏସକେ ନିଜ ସମ୍ମାନ ରଖିପାରୁଛି ନା ନାହିଁ ତାହା ଦେଖିବା ବାକି ରହିଲା ।