କନକବ୍ୟୁରୋ: ଦିନ ଚେନ୍ନାଇରେ ଭାରତୀୟ ବାୟୁସେନା (ଆଇଏଏଫ୍)ର ଏୟାର ସୋ’ ସମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ଏହି ଦୁର୍ଘଟଣା ଘଟିବା ପରେ ବିରୋଧୀମାନେ ଏବେ ତାମିଲନାଡୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ବାୟୁସେନାର ୯୨ତମ ବାର୍ଷିକୀ କରିବା ପାଇଁ ମାରିନା ବିଚରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଖୁବ୍ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା।
ଏହି ଏୟାର୍ ସୋ’ ପାଇଁ ହଜାର ହଜାର ଲୋକ ଅତ୍ୟଧିକ ଗହଳି, ଟ୍ରାଫିକ୍ ଜାମ୍ ଏବଂ ପ୍ରଚଣ୍ଡ ଉତ୍ତାପ ମଧ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଏହାକୁ ପେଥ ଏଆଇଏଡିଏମ୍କେ ନେତା ଏଡାପାଦୀ କେ ପାଲାନିସ୍ୱାମୀ ଯୋଜନା ତଥା ଭିଡ଼ ପରିଚାଳନା ପାଇଁ ଡିଏମକେ ସରକାରଙ୍କୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପ୍ରଶାସନ ଉପରେ ଦୋଷାରୋପ କରିଛନ୍ତି।“ପ୍ରଶାସନିକ ବ୍ୟବସ୍ଥା ଏବଂ ଜନସମାଗମ ସଠିକ୍ ଭାବରେ ପରିଚାଳିତ ହେଉ ନଥିଲା ଏବଂ ପୁଲିସ୍ ଫୋର୍ସ ବି ଯେପରି ରହିବା କଥା ରହିନଥିଲା। ଲୋକମାନଙ୍କ ଯାତାୟାତରେ ବାଧା ଉପୁଜିବାରୁ ଅନେକ ଅଟକି ରହିଥିଲେ।
ପାନୀୟ ଜଳ ନ ଥିବାରୁ ଅନେକ ଲୋକ ଉତ୍ତାପ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି’’ ବୋଲି ପାଲାନିସ୍ୱାମୀ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍ରେ ରେ ପୋଷ୍ଟ କରିଛନ୍ତି । ଅବହେଳା ଅଭିଯୋଗରେ ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ମଧ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି। ସେଠାରେ ମୃତ ଓ ଆହତକୁ ରୋକାଯାଇପାରିବ ବୋଲି ସେ ବର୍ଣ୍ଣନା କରିଛନ୍ତି। ଏହି ଘଟଣାକୁ ପ୍ରଶାସନର ସମ୍ପୂର୍ଣ୍ଣ ବିଫଳତା ବୋଲି କହି ଅନାମଲାଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଟାର୍ଗେଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/EDPycfLjWqhVOS6vGbvn.jpg)