ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି ଗାଁ ମଣିଷ: ସୁସ୍ଥ କରିବା ପାଇଁ ମାସକର ଶିଶୁ ଦେଉଛନ୍ତି ଚେଙ୍କ

Advertisment

ଦୀର୍ଘ ଦିନର ନୀରବତା ପରେ ନବରଙ୍ଗପୁରକୁ ପୁଣି କଡ ଲେଉଟାଇଲା ଚେଙ୍କ ଚିକିତ୍ସା। ନବରଙ୍ଗପୁର ଜିଲ୍ଲା ରେ ଏକ ମାସ ର ସାନ ଛୁଆକୁ ଅମାନୁଷିକ ଭାବେ ଦିଆଯାଇଛି ୪୦ରୁ ଉର୍ଦ୍ଧ ଚେଙ୍କ। ତେବେ ଏଥିପାଇଁ ଦାୟୀ କିଏ ଡକ୍ଟର ଅଭାବ ନା ସଚେତନତା ର ଅଭାବ ଉଠିଲା ପ୍ରଶ୍ନ।

ଦୀର୍ଘ ଦିନର ନୀରବତା ପରେ ନବରଙ୍ଗପୁରକୁ ପୁଣି କଡ ଲେଉଟାଇଲା ଚେଙ୍କ ଚିକିତ୍ସା। ନବରଙ୍ଗପୁର ଜିଲ୍ଲା ରେ ଏକ ମାସ ର ସାନ ଛୁଆକୁ ଅମାନୁଷିକ ଭାବେ ଦିଆଯାଇଛି ୪୦ରୁ ଉର୍ଦ୍ଧ ଚେଙ୍କ। ତେବେ ଏଥିପାଇଁ ଦାୟୀ କିଏ ଡକ୍ଟର ଅଭାବ ନା ସଚେତନତା ର ଅଭାବ ଉଠିଲା ପ୍ରଶ୍ନ।

dwdwq

Photograph: (kanak news)

କନକ ବ୍ୟୁରୋ: ଦୀର୍ଘ ଦିନର ନୀରବତା ପରେ ନବରଙ୍ଗପୁରକୁ ପୁଣି କଡ ଲେଉଟାଇଲା ଚେଙ୍କ ଚିକିତ୍ସା। ନବରଙ୍ଗପୁର ଜିଲ୍ଲା ରେ ଏକ ମାସ ର ସାନ ଛୁଆକୁ ଅମାନୁଷିକ ଭାବେ ଦିଆଯାଇଛି ୪୦ରୁ ଉର୍ଦ୍ଧ ଚେଙ୍କ। ତେବେ ଏଥିପାଇଁ ଦାୟୀ କିଏ ଡକ୍ଟର ଅଭାବ ନା ସଚେତନତା ର ଅଭାବ ଉଠିଲା ପ୍ରଶ୍ନ।

କୁନି ପୁଅକୁ ଚେଙ୍କ। ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲ ବେଡ଼ରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି ମାସକର ଶିଶୁପୁତ୍ର। ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକର ଫୁଣ୍ଡେଲପଡ଼ା ଗାଁରେ, ଛୋଟ ପୁଅର ପେଟ ଓ ମୁଣ୍ଡରେ ପ୍ରାୟ ୪୦ରୁ ଅଧିକ ଚେଙ୍କ ଦିଆଯାଇଛି। ପିଲାଟିର ପେଟ ଯନ୍ତ୍ରଣା ହେଉଥିବା ସନ୍ଦେହ କରି ଚେଙ୍କ ଦିଆଯାଇଛି। ପରିବାର ଲୋକ ଏସଂପର୍କରେ ମୁହଁ ଖୋଲୁ ନାହାନ୍ତି। କିଏ ଚେଙ୍କ ଦେଲା? କେବେ ଦିଆଗଲା? ତାହା ସ୍ପଷ୍ଟ ହୋଇନାହିଁ। 

ବିଗତ ଦିନରେ ଏଭଳି ଚେଙ୍କ ଚିକିତ୍ସା ଘଟଣା ଅନେକ ଥର ଘଟିଛି। ଏହାକୁ ରୋକିବା ପାଇଁ "ଜ୍ୟୋତି " ନାମକ ଏକ ସଚେତନତା କାର୍ୟ୍ୟକ୍ରମ ହାତକୁ ନେଇଥିବା ଜିଲ୍ଲା ପ୍ରଶାସନ। ତଥାପି ଅନ୍ଧ ବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି ଜିଲ୍ଲାବାସୀ। ଏବେ ବି ଚେଙ୍କ ଚିକିତ୍ସା ଚାଲିଛି। ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା ମିଳୁନଥିବାରୁ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଥିବା ଅଭିଯୋଗ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ମୋଟ ୩୮୩ ଡାକ୍ତର ଆବଶ୍ୟକ, ଅଛନ୍ତି ୨୦୦ ଜଣ। ୧୮୩ ପଦବୀ ଖାଲି ପଡ଼ିଛି। ଡାକ୍ତର ପଦବୀ ପୂରଣ କରିବା ସହ ସଚେତନତା ଦ୍ୱାରା ହିଁ ଚେଙ୍କ ଚିକିତ୍ସା ରୋକା ଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe