ଯୁବ ଇଞ୍ଜିନିୟର କରୁଛନ୍ତି ଛେଳି ଚାଷ ; ଚର୍ଚ୍ଚାରେ ସୁଧାଂଶୁଙ୍କ ଛେଳି ଫାର୍ମ

କେମିକାଲ ଇଞ୍ଜିନିୟରିଂ ପାଠ ପଢ଼ି ମଧ୍ୟ ଚାକିରି ପଛରେ ଗୋଡ଼ାଇନାହାନ୍ତି । ନିଜେ କରିଛନ୍ତି ଛେଳି ଫାର୍ମ । ଛୋଟ ବେଳେ ପଶୁମାନଙ୍କ ପ୍ରତି ଥିବା ସ୍ନେହ ତାଙ୍କୁ ଟାଣି ଆଣିଛି ଛେଳି ଚାଷ ପାଇଁ । ସବୁ ଖର୍ଚ୍ଚ ଯାଇ ବର୍ଷକୁ ପାଉଛନ୍ତି ୬ ଲକ୍ଷ ଟଙ୍କାର ଲାଭ । 

xx

କନକ ବ୍ୟୁରୋ:  ଭୋଜିଭାତ ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ଛେଳି ମାଂସ । ଆମିଷ ବାରରେ ବି ହୁଏ ଘରେ ଘରେ ମଟନ୍। ମାଂସର ଚାହିଦାକୁ ଦୃଷ୍ଟିରେ ରଖି ଆଠଗଡ଼ ବ୍ଳକ କୋଳଥପଙ୍ଗି ଗାଁର ବିଟେକ ଇଞ୍ଜିନିୟର ସୁଧାଂଶୁ ରଞ୍ଜନ ଏକ ଛେଳି ଫାର୍ମ କରିଛନ୍ତି । ଏବେ ଫାର୍ମରେ ୧୬୦ ଛେଳି ଓ ୨ଟି ବୋଦା ଅଛନ୍ତି । ମହାରାଷ୍ଟ୍ରରୁ ଆସିଥିବା ୨ଟି ବୋଦାର ଦାମ୍‌ ୪ ଲକ୍ଷ ଟଙ୍କା । ଏହି ବୋଦା ଆଫ୍ରିକାନ୍‌ ପ୍ରଜାତିର । ସବୁ ଛେଳି ଏବଂ ବୋଦା ମିଶାଇ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହନ୍ତି ସୁଧାଂଶୁ । ୭ ମାସରେ ବିକ୍ରି ହେଉଛି ଗୋଟିଏ ବ୍ୟାଚ୍‌ ଛେଳି । ବର୍ଷକୁ ୧୮୦ଟି ଛେଳି ବିକ୍ରି ହେଉଛି । ଗୋଟିଏ ଗୋଟିଏ ଛେଳି ୧୫ ହଜାରରୁ ୩୦ ହଜାର ଟଙ୍କାରେ ବିକ୍ରି ହେଉଛି । 

ବାପାଙ୍କ ୬ ଏକର ଜାଗାରେ ଛେଳି ଚାଷ ଆରମ୍ଭ କରିଛନ୍ତି ସୁଧାଂଶୁ । ଛେଳିଙ୍କ ପାଇଁ ଫାର୍ମ ଭିତରେ ନେପିୟର, ମଲବେରି ଏବଂ ବାଜରା ଘାସ ଚାଷ ହୋଇଛି । ଘାସ ଚାଷରେ ପାଣି ମଡ଼ାଇବା ପାଇଁ ଫାର୍ମ ଭିତରେ ପୋଖରୀ ମଧ୍ୟ  ଖୋଳାଯାଇଛି । ନିଜେ ସ୍ଵାବଲମ୍ବୀ ହେବା ସହ ୩ ଜଣ ଶ୍ରମିକଙ୍କୁ କର୍ମ ଯୋଗାଇଛନ୍ତି ସୁଧାଂଶୁ । ଯୁବ ଇଞ୍ଜିନିୟରଙ୍କ ଏଭଳି ଉଦ୍ୟମ ଅନ୍ୟ ବେକାର ଯୁବକମାନଙ୍କ ପାଇଁ ଉଦାହରଣ ପାଲଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe