ପୁଣି ଠକିଦେଲା ଚିଟଫଣ୍ଡ୍ ସଂସ୍ଥା ; ୭ ଶହ ମହିଳାଙ୍କ ଟଙ୍କା ନେଇ ଫେରାର୍

ପୁଣି ଠକି ଦେଲା ଅର୍ଥ ଲଗାଣକାରୀ ସଂସ୍ଥା । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ୭ଶହ ମହିଳାଙ୍କ ନାଁରେ ଋଣ ନେଇ ଫେରାର୍‌ ଚିଟ୍‌ଫଣ୍ଡ ସଂସ୍ଥା କର୍ମଚାରୀ । 

20

କନକ ବ୍ୟୁରୋ:  ପୁଣି ଏକ ଚିଟ୍‌ଫଣ୍ଡ ଠକେଇ ଅଭିଯୋଗ । ମହିଳାଙ୍କୁ ଠକିଦେଲା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା। ଠକିଗଲେ ୭ଶହରୁ ଅଧିକ ମହିଳା ! ପଞ୍ଚାୟତ କାର୍ଯ୍ୟାଳୟକୁ ଘେରି ଯାଇଛନ୍ତି ମହିଳା । କାର୍ଯ୍ୟାଳୟ ଭିତରେ ଅଛନ୍ତି ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଓ ଏଜେଣ୍ଟ । ଆଉ କାର୍ଯ୍ୟାଳୟର ଉପର ତଳ ଭର୍ତ୍ତି ହୋଇଛନ୍ତି ମହିଳା । ତାଙ୍କର ଗୋଟିଏ ଜିଦ୍  ‘ଟଙ୍କା ଫେରସ୍ତ କର, ନହେଲେ ଛାଡ଼ିବୁ ନାହିଁ’। ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର । 

ମହାକାଳପଡା ବ୍ଲକର ରାମନଗର, ବତୀଘର, ଜମ୍ବୁ ଓ ପେଟଛେଲା ପଞ୍ଚାୟତର ୭ ଶହରୁ ଅଧିକ ମହିଳା ଠକାମିର ଶିକାର ହୋଇଛନ୍ତି। ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ ଏମାନଙ୍କ ନାଁରେ କୋଟିକୋଟି ଟଙ୍କା ଲୋନ୍‌ ଉଠାଇ ନେଇଥିବା ଅଭିଯୋଗ ହୋଇଛି  ।  ଘଟଣାର ସମାଧାନ ଓ ଟଙ୍କା ଫେରସ୍ତ ପାଇଁ ମହିଳାଙ୍କୁ ରାମନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଡକାଯାଇଥିଲା । ସଂସ୍ଥାର କର୍ମଚାରୀ ଓ ଏଜେଣ୍ଟମାନେ ମଧ୍ୟ ଉପସ୍ଥିତ ଥିଲେ । ହେଲେ କୌଣସି ସମାଧାନ ନହେବାରୁ ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ । କର୍ମଚାରୀ ଓ ଏଜେଣ୍ଟଙ୍କୁ ଅଟକ ରଖିଥିଲେ।  ଘଟଣାସ୍ଥଳରେ ଜମ୍ବୁ ସାମୁଦ୍ରିକ ଥାନାର ପୁଲିସ ପହଞ୍ଚି ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମହିଳାଙ୍କ ସେହି ଗୋଟିଏ ଦାବି, ଠକେଇ ସଂସ୍ଥା ଟଙ୍କା ଫେରାଉ ନହେଲେ ଋଣ ସୁଝୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe