ବନ୍ଧା ହେଲେ ରସିକିଆ ଡାକ୍ତର । ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ ।

ଏକାଧିକ ଯୁବତୀଙ୍କ ସହ ପ୍ରତାରଣା । ମାଲକାନଗିରି ପୁଲିସ ଉଠାଇ ଆଣି କୋର୍ଟ ଚାଲାଣ କରିଛି ।

ଡକ୍ଟର ଲଭ୍ ସେକ୍ସ ଧୋକା

ଡକ୍ଟର ଲଭ୍ ସେକ୍ସ ଧୋକା

କନକ ବ୍ୟୁରୋ :  ବନ୍ଧା ହେଲେ ରସିକିଆ ଡାକ୍ତର । ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ । ଏକାଧିକ ଯୁବତୀଙ୍କୁ ପ୍ରତାରଣା କରି ଆଉଜଣକୁ ବାହା ହେବାର ଦିନକ ପରେ ଡାକ୍ତରଙ୍କୁ ପୁଲିସ ଉଠାଇ ଆଣିଛି ।  ୬ ମାସ ତଳେ ସମ୍ବଲପୁର କୁଚିଣ୍ଡା ସବ୍-ଡିଭିଜନକୁ ବଦଳି ପରେ ମୋବାଇଲ ନମ୍ବର ବଦଳାଇ  ଆଉ ଧରାଛୁଆଁ ଦେଉନଥିଲେ ଅମିତ । ଗତ ୧୬ ତାରିଖରେ ଅମିତ ଜମନକିରାରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ମୋଟୁ ଯୁବତୀଙ୍କ ଏତଲା ଆଧାରରେ ବାହାଘରର ଦିନକ ପରେ ଜମନକିରାରୁ ଡାକ୍ତର ବାବୁଙ୍କୁ ମାଲକାନଗିରି ପୁଲିସ ଉଠାଇ ଆଣି କୋର୍ଟ ଚାଲାଣ କରିଛି ।  
 
ଡାକ୍ତର ଅମିତଙ୍କ ନାଁରେ ପ୍ରେମ ଓ ପ୍ରତାରଣାର ମାଳମାଳ ଅଭିଯୋଗ ରହିଛି । ୨୦୨୨ରେ କୋରୁକୋଣ୍ଡା ଏମଭି ୨୨ ସିଏଚସିରେ ନର୍ସ ଥିବା ରାଉରକେଲାର ଜଣ ଯୁବତୀଙ୍କ ସହ ଶାରୀରକ ସମ୍ପର୍କ ରଖିଥିଲେ । ବିବାହ ପାଇଁ  ନର୍ସ ଜିଦ୍ ଧରିବାରୁ ତାଙ୍କୁ ଅମିତ ଔଷଧ ଦେଇ ମାରିବାକୁ ଉଦ୍ୟମ କରିଥିଲେ । ଯୁବତୀ ରାଉରକେଲାରେ ଦୀର୍ଘଦିନ ଧରି  ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଯୁବତୀଙ୍କ ବାପା ପୁଲିସକୁ ଗୁହାରି କରି ସୁଫଳ ନପାଇ ରାଜଗାଙ୍ଗପୁର ଜେଏମଏଫସି କୋର୍ଟରେ  ମାମଲା ରୁଜୁ କରିଥିଲେ ବି ନ୍ୟାୟ ପାଇ ନାହାନ୍ତି।  
 
ଡାକ୍ତର ଅମିତ ସାହୁ ଗିରଫ ହେବା ପରେ ମୃତ ଷ୍ଟାଫନର୍ସଙ୍କୁ ନ୍ୟାୟ ମିଳିବା ନେଇ ଆଶା ସଞ୍ଚାର ହୋଇଛି । ପୁଲିସ ମଧ୍ୟ ଡାକ୍ତରବାବୁଙ୍କ ସମସ୍ତ ନୂଆ ପୁରୁଣା ମାମଲାକୁ ଏକାଠି କରି ତଦନ୍ତ ଆରମ୍ଭ କରିଛି । ତେବେ ଅଧିକ ତଦନ୍ତ ହେଲେ ରସିକିଆ ଡାକ୍ତର ଆଉ କେତେ ଜଣଙ୍କୁ ଫସାଇଥିଲେ ତାହା ସ୍ପଷ୍ଟ ହେବ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe