ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି, ଶ୍ରୀନଅର ସମ୍ମୁଖରେ ହେଲା ଲକ୍ଷ୍ମୀ-ନାରାୟଣ ଭେଟ

ସିଂହଦ୍ବାରରେ ପହଞ୍ଚିଲା ତାଳଧ୍ୱଜ, ଦର୍ପଦଳନ ବାଟରେ ମାଉସୀମା ମନ୍ଦିରରେ ପୋଡ଼ପିଠା ଖାଇଲେ ଶ୍ରୀଜିଉ ।

ଲକ୍ଷ୍ମୀ-ନାରାୟଣ ଭେଟ

ଲକ୍ଷ୍ମୀ-ନାରାୟଣ ଭେଟ Photograph: (KanakNews)

କନକ ବ୍ୟୁରୋ: ଶରଧାବାଲି ଛାଡି ଶ୍ରୀମନ୍ଦିରକୁ ବାହାରିଛନ୍ତି ଶ୍ରୀଜୀଉ। ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡ଼ିଥିଲା ବଡ଼ଠାକୁରଙ୍କ ରଥ । ନୀତିନିର୍ଘଣ୍ଟ ଅନୁସାରେ ଠାକୁରଙ୍କ ପହଣ୍ଡି ହୋଇଥିଲା । ରଥାରୁଢ଼ ତିନିଠାକୁରଙ୍କୁ ଦେଖିବାକୁ ଲୋକାରଣ୍ୟ ହୋଇଛି ଶରଧାବାଲି ଓ ବଡଦାଣ୍ଡ ।

ଠାକୁର ରାଜାଙ୍କ ଛେରାପହଁରା କରିବା ପରେ ଭାବର ସହ ଭାବବିନୋଦିଆଙ୍କ ରଥକୁ  ଟାଣିନେଇଛନ୍ତି ଭକ୍ତ । ବାଟରେ ପୋଡପିଠା ଖାଇଛନ୍ତି ଶ୍ରୀଜିଉ ।  ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଛି । ସିଂହଦ୍ବାର ସମ୍ମୁଖରେ ତାଳଧ୍ବଜ ଓ ଦର୍ପଦଳନ  ପହଞ୍ଚିସାରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe