ଓଜନ କମାଉଛି କି ChatGPT ? AI ବ୍ୟବହାର କରି ଯୁବତୀ କମାଇଦେଲେ ୧୦ କେ.ଜି ଓଜନ

ଯୁବତୀ ଜଣକ ସେମାନଙ୍କ ମଧ୍ୟରୁ ଅନ୍ୟତମ ଯିଏକି ChatGPT ବ୍ୟବହାର କରି ଓଜନ ହ୍ରାସର ପ୍ଲାନିଂ କରିଥିଲେ । ଏକ ପୁରୁଣା ଇନଷ୍ଟାଗ୍ରାମ ପୋଷ୍ଟରେ ସେ କହିଛନ୍ତି ଯେ ସେ AI ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଯୋଜନା ଅନୁସାରେ ୧୦ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ ଏବଂ ସେ ସମୟରେ ସେ ଆଇସକ୍ରିମ୍ ମଧ୍ୟ ଖାଉଥିଲେ ।

ChatGpt

ChatGpt Photograph: (KanakNews)

କନକ ବ୍ୟୁରୋ : ୨୦୨୨ ରେ ଲଞ୍ଚ ହେବା ପରଠାରୁ ChatGPT ବେଶ୍ ଚର୍ଚ୍ଚାରେ ରହିଛି । କୁଆଡ଼େ ଟ୍ରାଭେଲ୍ କରିବା ଠାରୁ ଆରମ୍ଭ କରି ଅଫିସ୍ କାମରେ ସାହାଯ୍ୟ କରିବା ପର୍ଯ୍ୟନ୍ତ ଲୋକମାନେ AI ର ବହୁଳ ବ୍ୟବହାର କରନ୍ତି । ବର୍ତ୍ତମାନ ସମୟ ଆସି ଏମିତି ହେଲାଣି ଲୋକେ ପ୍ରତିଟି କ୍ଷେତ୍ରରେ ଏବଂ ପ୍ରତିଦିନ AI ର ବ୍ୟବହାର କରୁଛନ୍ତି । କିନ୍ତୁ ଆଜି ଆମେ ଯେଉଁ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ChatGPT ର ବ୍ୟବହାର ଏଭଳି ଭାବରେ କରିଛନ୍ତି ଯେ ତାଙ୍କୁ ଯେତେ.ପ୍ରଶଂସା କଲେ ମଧ୍ୟ କମ୍ ହେବ । ଯୁବତୀଙ୍କ ନାଁ ସିମ୍ରନ ଭଲେଚା,ସେ ଜଣେ ସ୍ୱାସ୍ଥ୍ୟ ଓ ଓଜନ ହ୍ରାସ ବିଶେଷଜ୍ଞ । ଯୁବତୀ ଜଣକ ସେମାନଙ୍କ ମଧ୍ୟରୁ ଅନ୍ୟତମ ଯିଏକି ChatGPT ବ୍ୟବହାର କରି ଓଜନ ହ୍ରାସର ପ୍ଲାନିଂ କରିଥିଲେ । ଏକ ପୁରୁଣା ଇନଷ୍ଟାଗ୍ରାମ ପୋଷ୍ଟରେ ସେ କହିଛନ୍ତି ଯେ ସେ AI ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଯୋଜନା ଅନୁସାରେ ୧୦ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ ଏବଂ ସେ ସମୟରେ ସେ ଆଇସକ୍ରିମ୍ ମଧ୍ୟ ଖାଉଥିଲେ । ସିମ୍ରନ ତାଙ୍କର ପ୍ରମ୍ପ୍ଟ ମଧ୍ୟ ସେୟାର କରିଥିଲେ ଯାହା ତାଙ୍କୁ ଓଜନ କମାଇବାରେ ସାହାଯ୍ୟ କରିଥିଲା । ସିମ୍ରନ ଇନଷ୍ଟାର ଏହି କ୍ୟାପସନରେ ଲେଖିଥିଲେ, "ମୋର ChatGPT ପ୍ରମ୍ପ୍ଟ ଚୋରି କର ଏବଂ ନିଜର ଓଜନ ହ୍ରାସ କର ।’’ ଭଲେଚାଙ୍କ ଅନୁସାରେ, AI ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପ୍ଲାନ୍ ତାଙ୍କର ମନପସନ୍ଦ ଅନୁସାରେ ଥିଲା ଯେଉଁଥିପାଇଁ ତାଙ୍କୁ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିନଥିଲା । 

weight-loss-with-chatgpt
weight-loss-with-chatgpt Photograph: (google)

ସେ ଆହୁରି ମଧ୍ୟ କହିଛନ୍ତି ଯେ AI ଆମ ଜୀବନଶୈଳୀକୁ ବଦଳାଇ ଦେଇଛି । "ଆମେ ସମସ୍ତେ ଅନଲାଇନରେ ଡାଏଟ୍ ପ୍ଲାନ ପାଇପାରିବା । ଡାଏଟକୁ ଆପଣାଇବା ପାଇଁ ଭିତରୁ ଆଗ୍ରହ ରହିବା ଦରକାର । କାରଣ ଆମର ପ୍ରତିଦିନ ଭିନ୍ନ ଥାଏ ତେଣୁ ସମୟ ଓ ସ୍ଥାନ ଅନୁସାରେ ଡାଏଟ୍ ପ୍ଲାନକୁ ସମ୍ପୂର୍ଣ୍ଣ କରିବା । ଡାଏଟ୍ ସମୟରେ ରେଷ୍ଟୁରାଣ୍ଟରେ କେଉଁ ଖାଦ୍ୟ , କେତେବେଳେ ଖାଇବେ ଜାଣିବା ଦରକାର । ଅଧିକ ଚାପଗ୍ରସ୍ତ ହୋଇ ରାତି ୨ ଟାରେ ଖାଦ୍ୟ ଖାଇଲେ ତାହା ଦେହରେ ଲାଗିବା ଭଳି ସମସ୍ୟା ଉପୁଜିପାରେ । ତେଣୁ ଖାଇବା ସମୟରେ ପାଖରେ ଜଣଙ୍କ ସହ ବସି ଖାଦ୍ୟ ଖାଆନ୍ତୁ । ଏହାଦ୍ବାରା କଥା ଭିତରେ ଆପଣଙ୍କ ପେଟ ବି ପୂରିଯିବ ଏବଂ ଅଧିକ ଖାଇବାକୁ ଇଚ୍ଛା ବି ହେବନାହିଁ । 

ତେବେ ହେଲ୍ଥଲାଇନ୍ ଅନୁସାରେ, AI-ଆଧାରିତ ଫିଟନେସ୍ ଯୋଜନା ସମ୍ପୂର୍ଣ୍ଣ ଖରାପ ନୁହେଁ କିନ୍ତୁ ଏହାର କିଛି ସୀମା ରହିଛି । ଏହାର ଭଲ ଦିଗଗୁଡ଼ିକ ହେଉଛି ଏହା ସାଧାରଣ ଖାଦ୍ୟ ଯୋଜନା ପ୍ରସ୍ତୁତ କରିପାରେ ଏବଂ ମୌଳିକ ସୂଚନା ଦେଇପାରେ, ଯାହା ଏକ ଭଲ ଆରମ୍ଭ ହୋଇପାରେ । କିନ୍ତୁ ଏହାର ଖରାପ ଦିଗଗୁଡ଼ିକ ଅଧିକ ଗୁରୁତ୍ୱପୂର୍ଣ୍ଣ । AI ବିସ୍ତୃତ ପରାମର୍ଶ ଦେଇପାରିବ ନାହିଁ, ଆପଣଙ୍କ ଶାରୀରିକ ଅବସ୍ଥା ଆକଳନ କରିପାରିବ ନାହିଁ କିମ୍ବା ଆପଣଙ୍କ ପ୍ରଗତିକୁ ଟ୍ରାକ୍ କରିପାରିବ ନାହିଁ । ଏହା ପୁରୁଣା କିମ୍ବା ଭ୍ରମାତ୍ମକ ସୂଚନା ମଧ୍ୟ ଦେଇପାରେ । ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ChatGPT ଏକ ସହାୟକ ଉପକରଣ ହୋଇପାରେ କିନ୍ତୁ ଏହା କେବେବି ବୃତ୍ତିଗତ ଡାକ୍ତରୀ କିମ୍ବା ପୁଷ୍ଟିଗତ ମାର୍ଗଦର୍ଶନର ସ୍ଥାନ ନେବା ଉଚିତ ନୁହେଁ । ଆପଣ କୌଣସି ବଡ଼ ଜୀବନଶୈଳୀ କିମ୍ବା ଖାଦ୍ୟପେୟ ପରିବର୍ତ୍ତନ କରିବା ପୂର୍ବରୁ ସର୍ବଦା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe